କେନ୍ଦୁଝର : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ଚମ୍ପୁଆ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ୮ ଜଣ ଛାତ୍ର ସାଙ୍ଗହୋଇ ଗାଧୋଇବା ବେଳେ ୨ ଜଣ ବୁଡିଯାଇଥିବା ସୂଚନା ରହିଛୁ । ସମସ୍ତ ଛାତ୍ର ରାମଲାର ଏକ ଘରୋଇ ହଷ୍ଟେଲରେ ରହୁଥିଲେ । ତେବେ ସମସ୍ତେ ମିଶି ଆଜି ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।