ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ନେତାଙ୍କ ଅସୁସ୍ଥତା ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବର ଉପରେ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇଛି । ଏହା ସମ୍ପୂର୍ଣ୍ଣ ଗୁଜବ ଏବଂ ଭିତ୍ତିହୀନ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ।
ସାମାଜିକ ଗଣମାଧ୍ୟମରେ ବ୍ରିକ୍ସ ନେତା ସାଉଥ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମଫୋସା ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନେଇ ଖବର ପ୍ରସାରଣ ହେଉଛି । ବୈଦେଶିକ ମନ୍ତ୍ରାଳୟର ଫ୍ୟାକ୍ଟ ଚେକ୍ ଟିମ୍ ଏମଇଏ ଏଭଳି ଖବରକୁ ଖଣ୍ଡନ କରିଛି । ଏହା ସହିତ ଏଭଳି ଭ୍ରମାତ୍ମକ ଖବର ପ୍ରସାରଣକୁ ମନ୍ତ୍ରାଳୟ ଦ୍ୱାରା ନିନ୍ଦା କରାଯାଇଛି ।
ଚୀନ ଡେମୋକ୍ରାଟିକ୍ ପାର୍ଟି ଦାବି କରିଛି ଯେ ବ୍ରିକ୍ସ ସମ୍ମିଳନୀ ସମୟରେ ସି ଚିନପିଙ୍ଗ୍ ଚେତାଶୂନ୍ୟ ହୋଇପଡ଼ିଥିଲେ । ସେହିପରି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ବ୍ରିକ୍ସରୁ ଫେରିବା ପରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ତାଙ୍କ ଡାକ୍ତର ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତ ଅଧ୍ୟକ୍ଷତାରେ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ସମସ୍ତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ନେତାବୃନ୍ଦ ଯୋଗ ଦେଇଥିଲେ ।