ରାୟଗଡ଼ା: ପୋଲିସ ହାତରେ ଧରାପଡିଛି ଟପ୍ କ୍ୟାଡର୍ ମାଓ ନେତା ସର୍ବେଶ ମାଝି ଓରଫ ମଙ୍ଗୁ I ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ବ୍ଲକ ଦହିଖାଲ ଅଂଚଳରୁ ପୋଲିସ ମଙ୍ଗୁକୁ ଧରିଥିବା ଜଣାପଡିଛି I ମଙ୍ଗୁକୁ ଗିରଫ କରାଯାଇଛି କିମ୍ବା ସେ ଆତ୍ମସମର୍ପଣ କରିଛି, ସେ ନେଇ ରାୟଗଡା ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ I ମଙ୍ଗୁକୁ ପ୍ରଥମେ ମୁନିଗୁଡା ଥାନାକୁ ଅଣାଯାଇ ଏକ ଗୁପ୍ତ ସ୍ଥାନରେ ରଖି ପଚରା ଉଚରା କରୁଥିବା ଜଣାପଡିଛି I
ଚଳିତ ବର୍ଷ ମାର୍ଚ୍ଚ ୩୧ ମାଓ ମୁକ୍ତ ହେବ ବୋଲି ଘୋଷଣା କରାଯାଇଥିଲା I କିନ୍ତୁ ମଙ୍ଗୁକୁ ପୋଲିସ ଧରି ନଥିବାରୁ ରାୟଗଡା ଜିଲ୍ଲା ମାଓ ମୁକ୍ତ ହେବା ନେଇ ବିଧିବଧ ଘୋଷଣା ହୋଇନଥିଲା ।
ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଶ୍ୟାମ ମାଝୀଙ୍କ ପୁଅ ସର୍ବେଶ ମାଝି । ସେ ଏରିଆ କମିଟି ମେମ୍ବର କ୍ୟାଡରରେ ଭାବେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ସର୍ବେଶ କେକେବିଏନ ୮ମ କମ୍ପାନୀର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲା ଓ ସେ ପୂର୍ବରୁ ଆତ୍ମସମର୍ପଣ କରିଥିବା ନିଖିଲଙ୍କ ସହ ବାଘୁନା ଡିଭିଜନ ସହ ମଧ୍ୟ କାର୍ଯ୍ୟ କରୁଥିଲେ । ମଙ୍ଗୁ ଏବେ କେକେବିଏନ ଡିଭିଜନରେ ଡିଭିଜନାଲ କମିଟି ମେମ୍ବର ଶୀଲା ଓରଫ ପୁନେମ ନାଗମଣୀଙ୍କ ସହଯୋଗରେ ୯/୧୦ଜଣିଆ ଟିମ କନ୍ଧମାଳ ରାୟଗଡା ଗଜପତି ସୀମାନ୍ତ ଅଞ୍ଚଳରେ ସକ୍ରୀୟ ରହୁଥିଲେ I ଏନେଇ ପୋଲିସର ଗୁଇନ୍ଦା ବିଭାଗ ଲଗାତାର ନଜର ରଖିଥିଲେ I ରାୟଗଡା ଜିଲ୍ଲାରେ କାର୍ଯ୍ୟକରୁଥିବା ବଂଶଧାରା ଘୁମୁଷର ନାଗାବଳୀ ଡିଭିଜନର ସମସ୍ତ ସଦସ୍ୟ ନିଖିଲ ଏବଂ ଇନ୍ଦୁଙ୍କ ନେତୃତ୍ଵରେ ଆତ୍ମସମର୍ପଣ କରିସାରିଛନ୍ତି।
ତେବେ ଏନେଇ ରାୟଗଡା ଏସପିଙ୍କ ସହ ଯୋଗାଯୋଗ କରିବାରୁ ସେ କଳାହାଣ୍ଡି କିମ୍ବା କନ୍ଧମାଳ ପୋଲିସ ଦ୍ୱାରା ଗିରଫ୍ ହୋଇ ଥାଇପାରନ୍ତି ବୋଲି ସୂଚନା ଦେଇଛନ୍ତି।