ଗଣେଶ ଭସାଣି ଶୋଭାଯାତ୍ରା ବେଳେ ଘଟିଲା ଅଘଟଣ । ଜଣେ ମୃତ, ୪ ଗୁରୁତର। କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଜୟକୃଷ୍ଣପୁର ଚାରିଗାଁ ଅଞ୍ଚଳରେ ଗଣେଶ ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ଡିଜେ ଗାଡ଼ି ଉପରକୁ ଓହଳି ରହିଥିବା ତାର ସଂସ୍ପର୍ଶରେ ଆସି ନିଖିଲ ବେହେରା (୨୧) ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।