ଭୁବନେଶ୍ୱର : ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ୨ ବର୍ଷ ପୁରିବ। ଏହାକୁ ଭବ୍ୟ ଏବଂ ଦିବ୍ୟ ଢଙ୍ଗରେ ପାଳନ କରାଯିବ। ଘରେ ଘରେ ଦୀପ ଜାଳିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ୱାନ କରିଛନ୍ତି । ସନ୍ଧ୍ୟା ୬ଟା ୩୦ରେ ଘରେ ଘରେ ଦୀପ ଜାଳିବା ପାଇଁ ସୁଭଦ୍ରା ହିତାଧିକାରୀଙ୍କୁ ଆହ୍ୱାନ କରାଯାଇଛି ।
ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଓ ଅଙ୍ଗନବାଡ଼ି କାର୍ଯ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମ ହେବ। ରାଜ୍ୟର ୩୩୮ଟି ସ୍ଥାନରେ ପ୍ରତିଯୋଗିତା ଓ ସେଲିବ୍ରେସନ୍ ଆୟୋଜନ କରାଯିବ । ୨୦୨୪ ସେପ୍ଟେମ୍ୱର ୧୭ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳା ଉପକୃତ ହୋଇଥିଲେ। ଆଉ ପଞ୍ଚମ କିସ୍ତି ବେଳକୁ ୧ କୋଟି ୩ ଲକ୍ଷ ଟଙ୍କା ମହିଳା ଏହି ଯୋଜନାରେ ଉପକୃତ ହୋଇଛନ୍ତି ।
ଏହି ଯୋଜନା ୧ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଛି ବୋଲି କୁହାଯାଇଛି। ଏହାସହ ୨୬ ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋଗୀ ହୋଇଛନ୍ତି । ଆସନ୍ତାକାଲି ସୁଭଦ୍ରାକୁ ଯୋଜନାକୁ ୨ ବର୍ଷ ପୂରୁଛି ।
୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୭ ହେଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ। ସୁଭଦ୍ରା ଯୋଜନାର ୨ ବର୍ଷ ପୂର୍ତ୍ତି ଅବସରରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ମହିଳା ଏହାକୁ ଅତ୍ୟନ୍ତ ଧୂମଧାମର ସହ ପାଳନ କରିବେ ।