ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କନ୍ଧବୋଲ ଗାଁରେ ଗଣେଶ ଭସାଣି ସମୟରେ ଅଭାବନୀୟ ଘଟଣା ଘଟିଛି ।ଭସାଣି ଶୋଭାଯାତ୍ରା ଦେଖୁଥିବା ବେଳେ ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ କାନପୁରା ପଞ୍ଚାୟତ କନ୍ଧବୋଲ ଗାଁର ଜାତକ ପ୍ରଧାନ ।
ଗତକାଲି ସନ୍ଧ୍ୟାରେ ଗଣେଶ ଭସାଣ ଉତ୍ସବ ଚାଲିଥିବାବେଳେ ବୃଦ୍ଧା ଜଣକ ଛିଡ଼ା ହୋଇ ଦେଖୁଥିଲେ । ଏହି ସମୟରେ ମୂର୍ତ୍ତି ଥିବା ମହିନ୍ଦ୍ରା ଗାଡ଼ିଟି ଭାରସାମ୍ୟ ହରାଇ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା । ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଯାଇଛି । ଏ ନେଇ କାମାକ୍ଷାନଗର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।