ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀଙ୍କର ୭୬ତମ ଜନ୍ମ ଦିବସ । ଏହି ଅବସରରେ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଜିଠାରୁ "ସେବା ସଂକଳ୍ପ ଅଭିଯାନ" ଆରମ୍ଭ ହେବା ସହିତ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଏବଂ ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।
ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ନିରନ୍ତର ଜନସେବା, ସମର୍ପଣ ଓ ରାଷ୍ଟ୍ରନିର୍ମାଣର ଗୌରବମୟ ଯାତ୍ରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶବ୍ୟାପୀ "ସେବା ସଂକଳ୍ପ ଅଭିଯାନ" ଆରମ୍ଭ ହେବ । ଏହା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପାଳିତ ହେବ ।
ସେହିପରି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ୍ମ ଦିବସ ଅବସରରେ ସନ୍ଧ୍ୟା ୬ଟା ୩୦ରୁ ୭ଟା ୩୦ ଯାଏ ପ୍ରଧାନମନ୍ତ୍ରୀଙ୍କ ପାଇଁ “ଆର୍ଶୀବାଦ ଦୀପ” ପ୍ରଜ୍ୱଳନ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆହ୍ୱାନ କରିଛନ୍ତି । 'ଆଶୀର୍ବାଦର ଦୀପ' ପ୍ରଜ୍ୱଳନ କରିବା ଏବଂ ଦୀପର ଫଟୋ ଓ ଭିଡିଓକୁ #AshirwadKaDiya ହ୍ୟାସଟ୍ୟାଗ୍ ସହିତ ନିଜ ନିଜର ସୋସିଆଲ ମିଡିଆରେ ଶେୟାର କରିବାକୁ ଦଳ ପକ୍ଷରୁ କୁହାଯାଇଛି ।