ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ। ନାବାଳକ ଦେହରେ ଗଳିଗଲା ପାଚେରୀର ମୁନିଆ ଗ୍ରୀଲ । ମୁନିଆ ଲୁହା ଗ୍ରୀଲ ଉପରେ ୧୩ ବର୍ଷର ନାବାଳକ ଖସିପଡ଼ିବାରୁ ଏଭଳି ଅଘଟଣ ଘଟିଛି। ତେବେ ଛାତକୁ ନିଜ ଡ୍ରେସ ଆଣିବାକୁ ଯାଇଥିବା ବେଳେ ଗ୍ରୀଲ ଉପରେ ସେ ଖସିପଡିଥିବା ସୂଚନା ମିଳିଛି। ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ ଏହି ଅଘଟଣ ଘଟିଛି।
ପିଲାଟିକୁ ସେକ୍ରେଟେରିଏଟ୍ ଫାୟାର ଷ୍ଟେସନ ଟିମ୍ ଗ୍ରୀଲ୍ କାଟି ଉଦ୍ଧାର କରିଛି। କାଳବୈଶାଖୀରେ ରାସ୍ତା ଉପରେ ଭାଙ୍ଗିପଡ଼ିଥିବା ଗଛ କାଟିବାକୁ ଆସିଥିବା ବେଳେ ଫାୟାର ଟିମକୁ ଏହି ସୂଚନା ମିଳିଥିଲା। ସଙ୍ଗେସଙ୍ଗେ କଟର ମେସିନରେ ଗ୍ରୀଲ କାଟି ନାବାଳକୁ ଉଦ୍ଧାର କରି ଏମ୍ସ ହସ୍ପିଟାଲ ପଠାଯାଇଛି। ଆହତ ନାବାଳକ ହେଉଛନ୍ତି ସୋହନ ଦିଗଲ। ତାଙ୍କ ଘର କନ୍ଧମାଳରେ ବୋଲି ଜଣାପଡ଼ିଛି। ପିଲାଟିର ଅବସ୍ଥାରେ ଏବେ ଗୁରୁତର ରହିଛି।