ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଧାମରା ରେଲୱେ ଓଭରବ୍ରିଜ୍ ନିକଟରେ ଦୁଇଟି ତୀର୍ଥ ଯାତ୍ରୀ ବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଦୁଇଟି ବସର ପ୍ରାୟ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି ।
ପ୍ରାଥମିକ ସୂଚନା ଆଧାରରେ, ଗତକାଲି ବିଳମ୍ବିତ ରାତିରେ ୨ଟା ସମୟରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ତୀର୍ଥ ଯାତ୍ରୀ ବସ୍ ସହିତ ଅନ୍ନପୂର୍ଣ୍ଣା ନାମରେ ଏକ ଘରୋଇ ବସ୍ ପଛରୁ ଧକ୍କା ଦେଇଥିଲା । ନିଦରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ସମସ୍ତ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଦୁର୍ଘଟଣାରେ ପ୍ରାୟ ୧୦ ସାମାନ୍ୟ ଆହତ ହୋଇଥିବାବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇଟି ବସ୍ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।