କଟକ: ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାନଦୀ ଗର୍ଭରେ କରିଛନ୍ତି ସ୍କୁବା ଡାଇଭିଁ । ମହାନଦୀର ଗଭୀର ଜଳରାଶିରେ ଚେସ୍ ଖେଳିଛନ୍ତି । ଏହି ଭଳି ଦୁଃସାହସିକ କ୍ରୀଡ଼ା ପାଇଁ ସେ ଯୁବପୀଢ଼ୀଙ୍କୁ ଉତ୍ସାହିତ କରିଛନ୍ତି ।
ଓଡ଼ିଶା ୟାଚିଂ ସଂଘ ପ୍ରତିଷ୍ଠାତା ତଥା ସ୍କୁବା ଡାଇଭର୍ ଶବିର ବକ୍ସଙ୍କ ନିମନ୍ତ୍ରଣରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍କୁବା ଡାଇଭିଂ କରିଛନ୍ତି । କଟକ କ୍ୟାଣ୍ଟନମେଣ୍ଟ ସ୍ଥିତ ମହାନଦୀ ନିକଟରେ ସେ ସ୍କୁବା ଡାଇଭିଂ କରିବା ସହିତ ପାଣି ଭିତରେ ଚେସ୍ ଖେଳିଥିଲେ । ଉଭୟ ପାଣି ଭିତରେ ପ୍ରାୟ ୪୫ ମିନିଟ୍ ସମୟ ବିତାଇଥିଲେ ।
ଏହା ମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ କହିଛନ୍ତି, ପ୍ରସିଦ୍ଧ ସ୍କୁବା ଡାଇଭର ସବିର ବକ୍ସଙ୍କ ସହ ଜଳକ୍ରୀଡା ଅନୁଭବ କରିବାର ଏକ ଅବିଶ୍ୱସନୀୟ ସମୟ କଟିଛି । ଆମେ ରାଜ୍ୟରେ ଦୁଃସାହସିକ କ୍ରୀଡ଼ାକୁ ଯୁବପିଢ଼ିଙ୍କୁ ପ୍ରେରଣା ଏବଂ ଏଥିରେ ଯୋଡ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ । ଆମେ ନେଉଥିବା ପ୍ରତ୍ୟେକ ପଦକ୍ଷେପ ଓଡ଼ିଶାରେ ଏକ ସ୍ପନ୍ଦନଶୀଳ ଏବଂ ଅନ୍ତର୍ଭୁକ୍ତ କ୍ରୀଡା ସଂସ୍କୃତି ଗଠନ କରିବା ଦିଗରେ ଅଟେ ।