ଭୁବନେଶ୍ୱର: ମାଲେସିଆ ଗସ୍ତରେ ଯିବେ ଓଡ଼ିଶାର ଚାଷୀ ଓ କୃଷି ଅଧିକାରୀ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ଜଣ ଅଫିସରଙ୍କୁ ମନୋନୀତ କରାଯାଇଛି । କୃଷି ବିଭାଗ ପକ୍ଷରୁ ୮ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ । ରାଜ୍ୟର ବିଭିନ୍ନ ଅଞ୍ଚଳର ୧୪ ଜଣ ଚାଷୀ ଓ ୧୪ ଅଧିକାରୀ ମାଲେସିଆ ଯିବା ନେଇ ସୂଚନା ରହିଛି । ଏହି କାର୍ୟ୍ୟକ୍ରମର ଦାୟିତ୍ୱ ନେବେ ନାବାର୍ଡ ଓ ବିଶ୍ୱ ବ୍ୟାଙ୍କ । ଛତୁ ଉତ୍ପାଦନ, ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀ ଶିଖିବେ ଚାଷୀ ।
ଆଜି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆସନ୍ତାକାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯିବେ ୨୪ ଜଣ ଚାଷୀ । ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବାର ନୂଆ କୌଶଳ ମଧ୍ୟ ଶିଖିବେ ।
ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହେଉଛି । ମାଲେସିଆ ଗସ୍ତ କାଳରେ ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଓଡିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ନଦେଲେ ପଦୋନ୍ନତି ସମୟରେ ଏହାକୁ ବିଚାର କରାଯିବ ବୋଲି ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।