ସମ୍ବଲପୁର : ଟ୍ରାକ୍ଟର ଚାପାରେ ଚାଲିଗଲା ଛାତ୍ରର ଜୀବନ। ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଧନୁପାଲି ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଟ୍ରାକ୍ଟର ଚାପାରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ । ମିଳିଥିବା ସୁଚନା ଅନୁସାରେ ମୃତ ନାବାଳକ ଜଣକ ସମ୍ବଲପୁର ଧନୁପାଲି ଶିଶୁ ମନ୍ଦିରର ନବମ ଶ୍ରେଣୀର ଛାତ୍ର ଆୟୁଷ୍ମାନ ବେହେରା ବୋଲି ଜଣାପଡିଛି ।
ଶୁକ୍ରବାର ଛାତ୍ର ଜଣକ ଏକ ବାଇକରେ ଯାଉଥିବା ବେଳେ ପ୍ରଥମେ ଏକ ସ୍କୁଟି ସ଼ହ ତାଙ୍କ ବାଇକର ଧକ୍କା ହେବାପରେ ନାବାଳକ ଛାତ୍ରଙ୍କ ବାଇକରୁ ପଡିଯାଇବାରୁ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟର ଚାପାରେ ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସମ୍ବଲପୁର ସଦର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ନାବାଳକ ଛାତ୍ରକୁ ମୃତ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ପୋଲିସ ଏନେଇ ସୂଚନା ପାଇବାପରେ ପରେ ଟ୍ରାକ୍ଟରକୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ନାବାଳକ ଛାତ୍ରଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ :- ନାବାଳକ ଦେହରେ ଗଳିଗଲା ପାଚେରୀର ମୁନିଆ ଗ୍ରୀଲ, ଗୁରୁତର ଅବସ୍ଥାରେ ଏମ୍ସକୁ ସ୍ଥାନାନ୍ତର