ଭୁବନେଶ୍ୱର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଥାଉକି ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାସନ କାର୍ଡ ବଣ୍ଟନ କରାଯିବ । ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । e-KYC ମାଧ୍ୟମରେ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ହେଉଛି । ରାସନ କାର୍ଡ ପ୍ରସ୍ତୁତ କାର୍ଯ୍ୟ ଶେଷ ହେବା ପରେ ଖୁବ୍ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ କାର୍ଡ ବଣ୍ଟାଯିବ ।