ପୁଣି ସୀମା ଟପିଲା ନକ୍ସଲଙ୍କ ବର୍ବରତା । ସୀମାନ୍ତରେ ନକ୍ସଲଙ୍କ ହିଂସାତ୍ମକ କାଣ୍ଡ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଯବାନମାନେ ମଧ୍ୟ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି କରୁଛନ୍ତି । ଆଜି ୨ ସିଆରପିଏଫ୍ ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁସାରେ, ଆଜି ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ହୋଇଛି । ଅଳ୍ପକେ ୨ ଯବାନ ବର୍ତ୍ତି ଯାଇଛନ୍ତି । ଝାଡ଼ଖଣ୍ଡ ସୀମାନ୍ତରେ ସିଆରପିଏଫ୍ ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଆହତ ଯବାନଙ୍କ ଚିକିତ୍ସା ପାଇଁ ବାଇକ୍ରେ ୨ ଜଣ ଯବାନ ବିଶ୍ରା ମେଡିକାଲ ଆସୁଥିଲେ । ଏହି ସମୟରେ ଏକ ପୋଲ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଯବାନଙ୍କର କିଛି ବି କ୍ଷତି ହୋଇନାହିଁ । କିନ୍ତୁ ନକ୍ସଲମାନେ ଯବାନଙ୍କର କ୍ଷତି ପାଇଁ ଲ୍ୟାଣ୍ଡମାଇନ ବିଛାଇଥିଲେ । ଏନେଇ ଝାଡ଼ଖଣ୍ଡ ପୋଲିସ ଓ ସିଆରପିଏଫ୍ ଅଧିକାରୀ ଖବର ପାଇବା ପରେ ଉଭୟ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି ।