ଭୁବନେଶ୍ୱର: ରାଜ୍ୟର ଉତ୍ତର ଓ ଦକ୍ଷିଣାଞ୍ଚଳରେ ଲାଗିରହିଥିବା ବନ୍ୟା ଓ ବର୍ଷା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦକ୍ଷିଣ ଓଡ଼ିଶା ଗସ୍ତ କରିବେ। ଲଗାଣ ବର୍ଷା ଓ ବାତ୍ୟା ଭଳି ପବନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ଥିତିକୁ ସେ ଆକାଶମାର୍ଗରୁ ପରଖିବେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାହାରିବେ। ଏହି ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ରହି ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବେ।
ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ବୁଲି ଦେଖିବେ। ବିଶେଷ କରି କୋଟପାଡ଼ର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଜୟପୁରଠାରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।
Also Read: ଓଡ଼ିଶାରେ ବନ୍ୟା ସ୍ଥିତି: ବାଲେଶ୍ୱର ଓ ଭଦ୍ରକରେ ଚିନ୍ତା ବଢ଼ାଉଛି ସୁବର୍ଣ୍ଣରେଖା ଓ ଜଳକା, ୭୩ ହଜାର ଲୋକ ପ୍ରଭାବିତ