ଚେନ୍ନାଇ: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ଭାରତର ପ୍ରିନ୍ସ ଭାବେ ପରିଚିତ ଶୁଭମନ ଗିଲ୍ ଟେଷ୍ଟ କ୍ରିକେଟରେ ନିଜର ପଞ୍ଚମ ଶତକ ଅର୍ଜନ କରିଛନ୍ତି । ତାଙ୍କର ଏହି ଇନିଂସ ଦମରେ ଭାରତ ଭ୍ରମଣକାରୀ ବାଂଲାଦେଶ ସାମ୍ନାରେ ୫୧୫ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । ଭାରତ ପାଇଁ ଦ୍ୱିତୀୟ ଇନିଂସରେ ଶୁଭମନ ଗିଲ୍ ଓ ଋଷଭ ପନ୍ତ ଶତକ ଅର୍ଜନ କରି ଦଳର ସ୍ଥିତିକୁ କେବଳ ଦୃଢ କରି ନାହାନ୍ତି ବିଜୟର ମାର୍ଗ ପ୍ରଶସ୍ତ କରିଛନ୍ତି । ଭାରତ ୬୭ ରନରେ ୩ ବ୍ୟାଟର ହରାଇବା ପରେ ଗିଲ୍ ଓ ପନ୍ତ ଚତୁର୍ଥ ୱିକେଟ୍ ପାଇଁ ୧୬୭ ରନ ଯୋଡିଥିଲେ । ଅନ୍ୟପଟେ ଶୁଭମନ ଗିଲଙ୍କ ଟେଷ୍ଟ କ୍ରିକେଟରେ ଏହା କ୍ରମାଗତ ଦ୍ୱିତୀୟ ଶତକ । ଗିଲଙ୍କ ଏହି ଇନିଂସରେ ୧୦ ଚୌକା ଓ ୪ ଛକା ସାମିଲ । ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟରେ ଏହି ଉଦୀୟମାନ ବ୍ୟାଟର ୧୦୦ ଛକା ପୂରଣ କରିଛନ୍ତି ।
ଶୁଭମ ଗିଲଙ୍କ ଚଳିତ ବର୍ଷରେ ଏହା ହେଉଛି ତୃତୀୟ ଶତକ । ସେ ୨୦୨୪ରେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠୁ ଅଧିକ ଶତକ ଅର୍ଜନକାରୀ ବ୍ୟାଟର ହୋଇଛନ୍ତି । ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମା ୨-୨ଟି ଟେଷ୍ଟ ଶତକ ହାସଲ କରିଛନ୍ତି । ଗିଲ୍ ୨୦୨୨ରୁ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ ହାସଲ କରିବାରେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଛନ୍ତି । ଗିଲ୍ ୨୦୨୨ରୁ ଏ ପର୍ଯ୍ୟନ୍ତ ୧୨ ଶତକ ହାସଲ କରିଥିବା ବେଳେ ବାବର ୧୧ଟି ଶତକ ମାରିଛନ୍ତି ।
୨୦୨୨ରୁ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ ମାରିଥିବା ଖେଳାଳି
ଶୁଭମନ ଗିଲ- ୧୨
ବାବର ଆଜମ- ୧୧
ଜୋ ରୁଟ- ୧୧
ବିରାଟ କୋହଲି- ୧୦
ଟ୍ରେଭିସ ହେଡ- ୯
ଡେରିଲ ମିଚେଲ୍- ୯
ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରେ ଶୁଭମନ ଗିଲଙ୍କ ଏହା ପଞ୍ଚମ ଶତକ । ଡବ୍ଲ୍ୟୁଟିସିରେ ଭାରତ ପାଇଁ ସବୁଠୁ ଅଧିକ ଶତକ ହାସଲ କରିବାରେ ସେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ଚଳିତ ଡବ୍ଲ୍ୟୁଟିସି ଚକ୍ରରେ ଗିଲଙ୍କ ଏହା ତୃତୀୟ ଶତକ । ତାଙ୍କ ବ୍ୟତୀତ ରୋହିତ ଓ ଯଶସ୍ୱୀ ମଧ୍ୟ ୩-୩ ଶତକ ଅର୍ଜନ କରିଛନ୍ତି ।
ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ଶୂନ୍ୟରେ ଆଉଟ୍ ହେବା ପରେ ଶୁଭମନ ଗିଲ୍ ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଛନ୍ତି । ଏହା ସହିତ ସେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଗତ ୫୦ ବର୍ଷରେ ଘରୋଇ ମାଟିରେ ଭାରତ ପାଇଁ ପ୍ରଥମ ଇନିଂସରେ ଶୁନ୍ୟ କରିବା ପରେ ଦ୍ିତୀୟ ଇନିଂସରେ ଶତକ ହାସଲ କରିବାରେ ଗିଲ୍ ହେଉଛନ୍ତି ତୃତୀୟ ଖେଳାଳି ।
୦, ୧୩୬- ସଚିନ ବନାମ ପାକିସ୍ତାନ, ଚେନ୍ନାଇ, ୧୯୯୯
୦, ୧୦୪ଞ୍ଚ- କୋହଲି ବନାମ ଶ୍ରୀଲଙ୍କା, କୋଲକାତା, ୨୦୧୭
୦,୧୧୯ଞ୍ଚ - ଶୁଭମନ ବନାମ ବାଂଲାଦେଶ, ଚେନ୍ନାଇ, ୨୦୨୪