ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତାକାଲିଠୁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଗତ ଏକ ସପ୍ତାହ ଧରି ଦୁଇ ଦଳ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଚେନ୍ନାଇର ଏହି ଷ୍ଟାଡିୟମରେ ମୋଟ୍ ୯ଟି ପିଚ୍ ରହଛି । ଏଥିରୁ ତିନୋଟି ପିଚ୍ ମୁମ୍ବାଇରୁ ଅଣା ଯାଇଥିବା ମାଟିରେ ପ୍ରସ୍ତୁତ କରାଯାଇଛି । ତେବେ ପ୍ରଥମ ଟେଷ୍ଟ ଲାଲ ମାଟିର ପିଚରେ ଖେଳାଯିବ । ସେମିତିରେ ଚେନ୍ନାଇର ପିଚ୍ ସ୍ପିନ ଉପଯୋଗୀ ରହି ଆସିଛି ।
ତେବେ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର । ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିନ ବର୍ଷାରେ ଧୋଇ ହୋଇ ଯାଇପାରେ । ଆକ୍ୟୁୱେଦର ମୁତାବକ, ଚେନ୍ନାଇ ପ୍ରଥମ ଦିନ ଅର୍ଥାତ ଗୁରୁବାର ୪୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ତୃତୀୟ ଦିନ ବର୍ଷା ହେବାର ଆଶଙ୍କା ରହିଛି ।
ପ୍ରଥମ ଟେଷ୍ଟର ସିଧା ପ୍ରସାରଣ ସ୍ପୋର୍ଟ୍ସ ୧୮ରେ ହେଉଥିବା ବେଳେ ଓଟିଟି ପ୍ଲାଟଫର୍ମରେ ଜିଓ ସିନେମାରେ ଦର୍ଶକ ଏହାର ମଜା ନେଇ ପାରିବେ । ତେବେ କ୍ରିକେଟ୍ ପ୍ରେମୀଙ୍କ ନଜର ଚେନ୍ନାଇର ପାଣିପାଗ ଉପରେ ରହିଛି ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ(ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ।
ବାଂଲାଦେଶର ସମ୍ଭାବିତ ଚୂଡାନ୍ତ ଏକାଦଶ
ଶାଦମାନ ଇସଲାମ, ଜାକିର ହସନ, ନଜମୁଲ ହୁସେନ ସାଣ୍ଟୋ,ମୋମିନୁଲ ହକ, ଶାକିବ ଅଲ ହସନ, ମୁସଫିକର ରହିମ, ଲିଟନ ଦାସ, ମେହନ୍ଦି ହସନ ମେରାଜ, ତୈଜୁଲ ଇସଲାମ, ନାହିଦ ରାଣା, ହସନ ମେହମୁଦ/ତସ୍କିନ ଅହମ୍ମଦ ।