ବେଜିଂ: ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ଭାରତୀୟ ପୁରୁଷ ହକି ଦଳ ଲଗାତର ୫ମ ଥର ପାଇଁ ନିଜ ନାଁରେ କରିଛି । ମଙ୍ଗଳବାର ଆୟୋଜକ ଚାଇନାକୁ ୧-୦ ଗୋଲରେ ହରାଇ ସେ ଏହି ବିଜୟ ହାସଲ କରିଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜୟ ରହିଛି ।
ଏସିଆନ ଚାମ୍ପିୟନ୍ସ ଟ୍ରଫି-୨୦୨୪ର ଫାଇନାଲ ମ୍ୟାଚରେ ଭାରତ ଚାଇନାକୁ ଭେଟିଥିଲା । ଆରମ୍ଭରୁ ଖେଳ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । କୌଣସି ଦଳ ବହୁ ସମୟ ଧରି ଖାତା ଖୋଲି ପାରି ନ ଥିଲେ । ଶେଷ ପର୍ଯ୍ୟାୟ ଅର୍ଥାତ ୪ର୍ଥ କ୍ୱାର୍ଟରେ ଯୁଗରାଜ ସିଂ ଗୋଟିଏ ଗୋଲ କରି ଦଳକୁ ବିଜୟୀ କରାଇଛନ୍ତି । ଫଳରେ ୫ଥର ପାଇଁ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫିକୁ ଅକ୍ତିଆର କରିଛି ।
୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଚାମ୍ପିୟନ ହୋଇଛି ।