ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ସେପ୍ଟେମ୍ବର ୧୯ ତାରିଖ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକ ମହାରେକର୍ଡ ନିଜ ନାମରେ କରି ପାରନ୍ତି । ଏହି ରେକର୍ଡ ଜରିଆରେ କିଙ୍ଗ କୋହଲି ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । କୋହଲିଙ୍କୁ ଇତିହାସ ରଚିବା ପାଇଁ ମାତ୍ର ୫୮ ରନ ଦରକାର ।
କୋହଲି ୫୮ ରନ କରିବା ମାତ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ ପୂରଣ କରିବେ । କେବଳ ଏହି କ୍ଲବରେ ସାମିଲ ହେବେ ନାହିଁ ବରଂ ସବୁଠୁ ଦ୍ରୁତ ୨୭ ହଜାର ରନ ପୂରଣ କରିବାର ଉପଲବ୍ଧି ହାସଲ କରିବେ । ବର୍ତ୍ତମାନ ଏହି ରେକର୍ଡ ସଚିନଙ୍କ ନାମରେ ରହିଛି ।
ମହାନ ବ୍ୟାଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ୬୨୩ ଇନିଂସରୁ ୨୭ ହଜାର ରନ ପୂରଣ କରିଥିଲେ । କିନ୍ତୁ କୋହଲି ଏ ପର୍ଯ୍ୟନ୍ତ ୫୯୧ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏମିତିରେ କୋହଲିଙ୍କ ପାଖରେ ନିଜର ଆଦର୍ଶ ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ ପର୍ଯ୍ୟାପ୍ତ ଇନିଂସ ରହିଛି । କୋହଲି ଏ ପର୍ଯ୍ୟନ୍ତ ୨୬ ହଜାର ୯୪୨ ରନ କରିଛନ୍ତି ।
ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିବା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ଯଦି ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିବା ଟପ୍-୧୦ ବ୍ୟାଟର ତାଲିକାରେ ବିରାଟ କୋହଲି ଏକ ମାତ୍ର ସକ୍ରିୟ ବ୍ୟାଟର । ତାଲିକାରେ ସଚିନ ତେନ୍ଦୁଲକର ୩୪ ହଜାର ୩୫୭ ରନ ସହିତ ଶୀର୍ଷରେ ରହିଛନ୍ତି । ୨୮ ହଜାର ୧୬ ରନ ରନ ସଜ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୨୭ ହଜାର ୪୮୩ ରନ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ପରେ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି ।
କୋହଲି ଏ ପର୍ଯ୍ୟନ୍ତ ୧୧୩ ଟେଷ୍ଟ ଖେଳି ୧୯୧ ଇନିଂସରୁ ୪୯.୧୫ ହାରରେ ୮ ହଜାର ୮୪୮ ରନ କରିଛନ୍ତି । ଏଥିରେ ୨୯ ଶତକ ଓ ୩୦ ଅର୍ଦ୍ଧଶତକ ସାମିଲ ।