ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଚିନ୍ତା ବଢ଼ିଛି । ବୋଲର୍ ଯଶପ୍ରୀତ ବୁମରାହ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ି ପାରନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ସେ ଗ୍ରୁଫ୍ ଷ୍ଟେଜ୍ ମ୍ୟାଚରୁ ତାଙ୍କୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଚି । ଯାହାକି ଭାରତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ ।
ବର୍ଡର୍-ଗାଭାସ୍କର ଟ୍ରଫି ଚାଲିଥିବାବେଳେ ସିଡ଼ନୀ ଟେଷ୍ଟ ର ଦ୍ୱିତୀୟ ଦିନ ଖେଳ ଚାଲିଥିବାବେଳେ ବୁମରାହ ପଡ଼ିଆରୁ ଚାଲି ଯାଇଥିଲେ । ଏହା ପରବର୍ତ୍ତୀ ସମୟରେ ସେ ଆଉ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇ ନ ଥିଲେ । ତାଙ୍କର ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ । ଏହା ପରେ ତାଙ୍କର ଚିକିତ୍ସା ଜାରି ରହିଛି । ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ସୁସ୍ଥ ହେବା ପରେ ସେ ବେଙ୍ଗାଲୁରୁ କ୍ରିକେଟ୍ ଏକାଡେମୀରେ ରିପୋର୍ଟ କରିବେ । ସେ ବହୁତ ଜଲଦି ସୁସ୍ଥ ହେବେ ବୋଲି କହିଛନ୍ତି ବୁମରାହଙ୍କର ଜଣେ ନିକଟ ସମ୍ପର୍କୀୟ । ତେବେ ଚାମ୍ପିୟନ୍ସ ଟ୍ରଫିରେ ସେ ଖେଳିବେ କି ନାହିଁ ସେ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।
ଫେବୃୟାରୀ ୧୯ରୁ ମାର୍ଚ୍ଚ ୯ ଯାଏଁ ପାକିସ୍ତାନରେ ଆଇସିସି ଚାମ୍ପିୟନ୍ସ ଟ୍ରଫି-୨୦୨୫ ଖେଳାଯିବ । ଆଇସିସିର ଶ୍ରେଷ୍ଠ ୮ଟି ଦଳ ଏଥିରେ ଭାଗ ନେବେ ।