ନୂଆଦିଲ୍ଲୀ: ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ କ୍ରିକେଟରଙ୍କ ପରିବାର ପାଇଁ କଡ଼ା ନିୟମ କରାଯାଇଛି। ନୂଆ ନିୟମ ଅନୁଯାୟୀ ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ଦିନ କିମ୍ବା ତା'ଠାରୁ ଅଧିକ ହୁଏ ତେବେ ପରିବାର ଖେଳାଳିଙ୍କ ସହ ମାତ୍ର ୧୪ ଦିନ ରହିପାରିବେ ଏବଂ ଯଦି ଗସ୍ତ ଏହାଠାରୁ କମ୍ ହୁଏ ତେବେ ଏହା ୭ ଦିନ ହୋଇପାରେ।
ନୂଆ ନିୟମ ଅନୁଯାୟୀ ପୂରା ଟୁର୍ଣ୍ଣାମେଣ୍ଟ ସମୟରେ ପତ୍ନୀମାନେ ଖେଳାଳିଙ୍କ ସହ ରହିପାରିବେ ନାହିଁ। ଏହି ପରିବାର ମାତ୍ର ୨ ସପ୍ତାହ ଏକାଠି ରହିପାରିବେ। ସମସ୍ତ ଖେଳାଳିଙ୍କୁ ଟିମ୍ ବସ୍ରେ ଯାତ୍ରା କରିବାକୁ ପଡ଼ିବ। ସେହିପରି ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ମ୍ୟାନେଜରଙ୍କୁ ମଧ୍ୟ ଭିଆଇପି ବକ୍ସ କିମ୍ବା ଟିମ୍ ବସ୍ରେ ବସିବାକୁ ଅନୁମତି ମିଳିବ ନାହିଁ। ସେମାନଙ୍କୁ ଅନ୍ୟ ଏକ ହୋଟେଲରେ ରହିବାକୁ ପଡ଼ିବ। ଯଦି ଖେଳାଳିଙ୍କ ବ୍ୟାଗେଜ୍ ୧୫୦ କେଜିରୁ ଅଧିକ ହୁଏ, ତେବେ ବିସିସିଆଇ ଖେଳାଳିଙ୍କୁ ଦିଆଯାଉଥିବା ଅତିରିକ୍ତ ବ୍ୟାଗେଜ୍ ଫି' ପ୍ରଦାନ କରିବ ନାହିଁ।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ଦଳ ଇଂଲଣ୍ଡ ପୂର୍ବରୁ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ। ଏହାପରେ ତାଙ୍କୁ ଫେବ୍ରୁଆରିରେ ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେବାକୁ ପଡ଼ିବ।
ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୧-୩ରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଏହି କାରଣରୁ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିନଥିଲା। ଏହି କାରଣରୁ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ତିନୋଟି ସିଜନରେ ପ୍ରଥମ ଥର ପାଇଁ ଡବ୍ଲୁଟିସି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା।
ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି)ରେ ଏକ ଦଶନ୍ଧି ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ରବିବାର ଅଷ୍ଟ୍ରେଲିଆ ଆଗରେ ଆତ୍ମସମର୍ପଣ କରିଛି। ଏହା ପୂର୍ବରୁ ଘରୋଇ ପଡ଼ିଆରେ ନ୍ୟୁଜିଲାଣ୍ଡବିପକ୍ଷରେ ଟିମ୍ ଇଣ୍ଡିଆକୁ ୦-୩ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ଦୁଇଟି ଝଟକା ଯୋଗୁଁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲଖେଳିବାରୁ ବଞ୍ଚିତ ହୋଇଥିଲା।
କୋହଲି ବିଜିଟି ପାଇଁ ୫ ଟେଷ୍ଟରେ ୨୩.୭୫ ହାରରେ ୧୯୦ ରନ୍ କରିଛନ୍ତି। ସେହିପରି ରୋହିତ ଶର୍ମାଙ୍କ ବ୍ୟାଟ୍ରେ ଅବସ୍ଥା ବହୁତ ଖରାପ ଥିଲା। ରୋହିତ ଶର୍ମା ୩ ଟି ମ୍ୟାଚରେ ୬.୨୦ ସହ ମାତ୍ର ୩୧ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି-୨୦୨୫ ପାଇଁ ୬ଟି ଟିମ୍ ଘୋଷିତ