ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆଠୁ ୩-୧ରେ ହାରିବା ସହ ଭାରତର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ୨୦୨୫ର ଫାଇନାଲ୍ ଖେଳିବା ଆଶା ଧୂଳିସାତ ହୋଇ ଯାଇଛି। ଏହା ପୂର୍ବରୁ ଭାରତ ୨୦୧୯-୨୧, ୨୦୨୧-୨୩ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ରେ ପହଞ୍ଚିଥିଲେ ହେଁ ଦୁଇ ଥର ପରାସ୍ତ ହୋଇଛି। ପରାଜୟକୁ ଭୁଲି ଭାରତକୁ ପୁଣି ଥରେ ନୂଆ ଡବ୍ଲ୍ୟୁସି ଚକ୍ରକୁ ନେଇ ନିଜର ଅଭିଯାନ ଆରମ୍ଭ କରିବ । ଆସନ୍ତୁ ଜାଣିବା ଡବ୍ଲ୍ୟୁଟିସି ୨୦୨୫-୨୭ରେ ଭାରତ କେଉଁ ଦଳ ସହ କେତୋଟି ମ୍ୟାଚ୍ ଖେଳିବ ଏବଂ ଦେଶରେ କେତୋଟି ଓ ବିଦେଶରେ କେତୋଟି ମ୍ୟାଚ୍ ଖେଳିବ ।
ଭାରତର ଡବ୍ଲ୍ୟୁଟିସି ୨୦୨୫-୨୭ ଚକ୍ରର ଆରମ୍ଭ ଇଂଲଣ୍ଡ ବିପକ୍ଷ ସିରିଜ୍ରୁ କରିବ। ଭାରତ ଇଂଲଣ୍ଡ ଗସ୍ତରେ ଯାଇ ଜୁନ ୪ରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହା ପରେ ଭାରତ ଘରୋଇ ମାଟିରେ ଅକ୍ଟୋବରରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବ ଏବଂ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳାଯିବ। ୨୦୨୫ରେ ଏହା ଭାରତର ଶେଷ ଟେଷ୍ଟ ସିରିଜ୍ ହେବ।
ଏହା ପରେ ଭାରତୀୟ ଦଳ ୨୦୨୬ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରି ୨ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ୨୦୨୬ ଅକ୍ଟୋବରରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରି ସେଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ୨୦୨୭ ଜାନୁଆରୀରୁ ଭାରତ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ର ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବ। ଏହିପରି ୨୦୨୫-୨୭ ଡବ୍ଲ୍ୟୁସି ଚକ୍ରରେ ଭାରତ ୧୮ଟି ଟେଷ୍ଟ ଖେଳିବ ।
ଡବ୍ଲ୍ୟୁଟିସି ୨୦୨୫-୨୭ରେ ଭାରତର କ୍ରୀଡାସୂଚୀ
୨୦୨୫ ଜୁନ ୨୪ରୁ ଅଗଷ୍ଟ ୪- ବନାମ ଇଂଲଣ୍ଡ, ୫ ଟେଷ୍ଟ(ବାହାରେ)
୨୦୨୫ ଅକ୍ଟୋବର- ବନାମ ଓ୍ଵେଷ୍ଟଇଣ୍ଡିଜ, ୨ ଟେଷ୍ଟ(ଘରେ)
୨୦୨୫ ନଭେମ୍ବର- ବନାମ ଦକ୍ଷିଣ ଆଫ୍ରିକା, ୨ ଟେଷ୍ଟ(ଘରେ)
୨୦୨୬ ଅଗଷ୍ଟ- ବନାମ ଶ୍ରୀଲଙ୍କା, ୨ ଟେଷ୍ଟ(ବାହାରେ)
୨୦୨୬ ଅକ୍ଟୋବର-ନଭେମ୍ବର- ବନାମ ନ୍ୟୁଜିଲାଣ୍ଡ, ୨ ଟେଷ୍ଟ(ବାହାରେ)
୨୦୨୭ ଜାନୁଆରୀ-ଫେବୃଆରୀ- ବନାମ ଅଷ୍ଟ୍ରେଲିଆ, ୫ ଟେଷ୍ଟ(ଘରେ)