ନୂଆଦିଲ୍ଲୀ: ବର୍ଷ-୨୦୨୪ ଭାରତୀୟ କ୍ରିକେଟ୍ ଦଳ ପାଇଁ ମିଶ୍ରିତ ଥିଲା। ତା'ପରେ ଟିମ୍ ଇଣ୍ଡିଆକୁ ୨୦୨୫ର ପ୍ରଥମ ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଇଂଲଣ୍ଡକୁ ଭେଟିବ। ଭାରତୀୟ ଦଳ ବର୍ଷର ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି।
ଇଂଲଣ୍ଡ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବଂ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବାକୁ ଭାରତ ଆସୁଛି। ଏହି ସିରିଜ୍ ଜାନୁଆରୀ ୨୨ରୁ ଆରମ୍ଭ ହେବ। ଉଭୟ ଟି-୨୦ ଓ ଦିନିକିଆ ଶୃଙ୍ଖଳା ପାଇଁ ଇଂଲଣ୍ଡ ମଧ୍ୟ ଦଳ ଘୋଷଣା କରିଛି। ଅନ୍ୟପକ୍ଷରେ ଭାରତ ଏପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହିଁ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହାପରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। କୋଲକାତା, ଚେନ୍ନାଇ, ରାଜକୋଟ, ପୁଣେ ଏବଂ ମୁମ୍ବାଇରେ ଟି-୨୦ ଶୃଙ୍ଖଳା ଖେଳାଯିବ। ଦିନିକିଆ ନାଗପୁର, କଟକ ଓ ଅହମ୍ମଦାବାଦରେ ଖେଳାଯିବ। ଟି-୨୦ ସିରିଜ୍ ଜାନୁଆରୀ ୨୨ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ଫେବ୍ରୁଆରି ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଦିନିକିଆ ଶୃଙ୍ଖଳା ଖେଳାଯିବ। ଟି-୨୦ ସିରିଜ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଦିନିକିଆ ଶୃଙ୍ଖଳା ମ୍ୟାଚ୍ ଅପରାହ୍ନ ସାଢ଼େ ୧ଟାରୁ ଆରମ୍ଭ ହେବ।
ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ କାର୍ଯ୍ୟସୂଚୀ
-ଜାନୁଆରୀ ୨୨- ପ୍ରଥମ ଟି-୨୦, କୋଲକାତା
-ଜାନୁଆରୀ ୨୫ - ଦ୍ୱିତୀୟ ଟି-୨୦, ଚେନ୍ନାଇ
-ଜାନୁଆରୀ ୨୮- ତୃତୀୟ ଟି-୨୦, ରାଜକୋଟ
-ଜାନୁଆରୀ ୩୧- ଚତୁର୍ଥ ଟି-୨୦, ପୁଣେ
-ଫେବ୍ରୁଆରି ୨- ୫ମ ଟି-୨୦, ମୁମ୍ବାଇ
ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ
-ଫେବ୍ରୁଆରି ୬: ପ୍ରଥମ ଦିନିକିଆ, ନାଗପୁର
-ଫେବ୍ରୁଆରି ୯- ଦ୍ବିତୀୟ ଦିନିକିଆ, କଟକ
-ଫେବ୍ରୁଆରି ୧୨- ତୃତୀୟ ଦିନିକିଆ
ଇଂଲଣ୍ଡ ଟି-୨୦ ଦଳ: ଜୋସ୍ ବଟଲର (ଅଧିନାୟକ ଓ ୱିକେଟକିପର), ଫିଲ୍ ସଲ୍ଟ, ଜେମି ସ୍ମିଥ୍, ହ୍ୟାରି ବ୍ରୁକ୍, ବେନ୍ ଡକେଟ୍, ଜାକବ ବେଥଲ୍, ଲିଆମ୍ ଲିଭିଂଷ୍ଟୋନ୍, ରେହାନ୍ ଅହମ୍ମଦ, ଜେମି ଓଭରଟନ୍, ବ୍ରାଇଡନ୍ କାର୍ସେ, ଗୁସ୍ ଆଟକିନ୍ସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ୍, ମାର୍କ ଉଡ୍ ଓ ସାକିବ ମହମ୍ମଦ।
ଇଂଲଣ୍ଡ ଦିନିକିଆ ଦଳ: ଜୋସ ବଟଲର (ଅଧିନାୟକ), ଫିଲ୍ ସଲ୍ଟ, ଜେମି ସ୍ମିଥ୍, ହ୍ୟାରି ବ୍ରୁକ୍, ବେନ୍ ଡକେଟ୍, ଜୋ ରୁଟ୍, ଜାକବ ବିଥ୍ଲ, ଲିଆମ୍ ଲିଭିଂଷ୍ଟୋନ୍, ଜେମି ଓଭରଟନ୍, ବ୍ରାଇଡନ୍ କାର୍ସେ, ଗୁସ୍ ଆଟକିନ୍ସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍ ଓ ସାକିବ ମହମ୍ମଦ।
ଅଧିକ ପଢ଼ନ୍ତୁ: ୬ ମାସର ଶିଶୁକନ୍ୟା ପାଖରେ ଭୂତାଣୁର ଲକ୍ଷଣ ଚିହ୍ନଟ