ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍ । ହଠାତ୍ କିଏ କିଛି କେହି ବୁଝିପାରିନଥିଲେ କ’ଣ ଘଟୁଛି । ଗାଡିରୁ ପ୍ରଥମେ ଧୂଆଁ ବାହାରିଥିଲା ଏବଂ ତାପରେ ହଠାତ୍ ନିଆଁ ଲାଗିଯାଇଥିଲା। ବାଲେଶ୍ଵର ବସ୍ତା ହସ୍ପିଟାଲ ରାସ୍ତାରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ସର୍ଟସର୍କିଟରୁ କାର ରେ ନିଆଁ ଲାଗି ଜଳି ଯାଇଥିବା ସୂଚନା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ।
ତେବେ ଏପରି ଘଟଣା କିଛି ନୂଆ ନୁହେଁ କାରଣ ଅନେକ ସମୟରେ ଆଜିକାଲି ଯାନବାହାନରେ ନିଆଁ ଲାଗି ଯାଉଥିବା ଘଟଣା ସାମ୍ନାକୁ ଆସୁଛି କିନ୍ତୁ ଆମର କର୍ତ୍ତବ୍ଯ ଏସବୁ ପ୍ରତି ନଜର ରଖି କିପରି ନିଜକୁ ଏବଂ ଜନଜୀବନକୁ ବିପଦମୁକ୍ତ କରିବା।