ନୂଆଦିଲ୍ଲୀ: ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଭାରତୀୟ ରାଷ୍ଟ୍ରୀୟ ରାଇଫଲ ସଂଘର (NRAI) ନୂଆ ଅଧ୍ୟକ୍ଷ ହୋଇଛନ୍ତି । ଶନିବାର ସମ୍ୱିଧାନ କ୍ଳବରେ ଅନୁଷ୍ଠିତ ରାଇଫଲ ସଂଘର ନିର୍ବାଚନରେ କଳିକେଶ ନୂତନ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି । ସେ ଭିକେ ଧଲଙ୍କୁ ୩୬-୨୧ ଭୋଟରେ ପରାସ୍ତ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଜାତୀୟ ଖେଳ ସଂହିତା ଅନୁସାରେ ଗତ ବର୍ଷ ଏପ୍ରିଲ୍ରେ ରନିନ୍ଦର ସିଂହ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ଆଜି ସମ୍ୱିଧାନ କ୍ଳବରେ ଅନୁଷ୍ଠିତ ରାଇଫଲ ସଂଘର ନିର୍ବାଚନରେ କଳିକେଶ ନୂତନ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି । ସେ ଭିକେ ଧଲଙ୍କୁ ୩୬-୨୧ ଭୋଟରେ ପରାସ୍ତ କରିଛନ୍ତି । ଗତ କିଛି ମାସ ଧରି ରାଇଫଲ ସଂଘର କାର୍ଯ୍ୟର ପରିଚାଳନା କରୁଥିଲେ କଳିକେଶ ନାରାୟଣ ସିଂହଦେଓ । ସେ ପୂର୍ବରୁ ଏନ୍ଆରଏଆଇର ଉପାଧ୍ୟକ୍ଷ ଥିଲେ । ୨୦୨୫ ପର୍ଯ୍ୟନ୍ତ କଳିକେଶ ଅଧ୍ୟକ୍ଷ ପଦରେ ରହିବେ ।
ନିୟମ ଅନୁସାରେ ଜାତୀୟ କ୍ରୀଡା ମହାସଂଘର ମୁଖ୍ୟମାନେ ୧୨ ବର୍ଷରୁ ଅଧିକ ସମୟ ଏହି ପଦରେ ରହିପାରିବେ ନାହିଁ ବୋଲି ଗତବର୍ଷ କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଥିଲା । ରନିନ୍ଦର ସିଂହ ୨୦୧୦, ୨୯ ଡିସେମ୍ବର ରୁ ୨୦୨୨ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପଦରେ ରହିଥିଲେ । ଗତ ବର୍ଷ ମାର୍ଚ୍ଚ ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ନିୟମ ଅନୁସାରେ ସେ ଆଉ ପଦରେ ରହିପାରି ନ ଥିଲେ । କ୍ରୀଡା ମନ୍ତ୍ରାଳୟ ନିର୍ଦ୍ଦେଶନାମା ପରେ ଗତବର୍ଷ ଏପ୍ରିଲରେ ରନିନ୍ଦର ଅଧ୍ୟକ୍ଷ ପଦ ଛାଡ଼ିଥିଲେ ।