ଖୋର୍ଦ୍ଧା ଜିଲ୍ଲାର ରାଜପଥରେ ଘଟିଛି ସଡ଼କ ଦୁର୍ଘଟଣା । ଦୁଇଟି କାରକୁ ଧକ୍କା ଦେଇଛି ଏକ ଟ୍ରକ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ୧୦ଜଣ ସାଙ୍ଗ ୨ଟି କାରରେ ଭୁବନେଶ୍ୱରରୁ ଚିଲିକା ଆସୁଥିବା ସମୟରେ ଦୁର୍ଘଟଣା ଘଟିଛି । ସେମାନଙ୍କ କାରକୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭରକୁ ଅଟକ ରଖିବା ସହିତ ୩ଟି ଗାଡିକୁ ଜବତ କରିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।