ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ସାରି ବାହାରିଲେ ଏଏସ୍ଆଇ ଓ ବିଶେଷଜ୍ଞ ଟିମ୍ । ଆଜି ଯାଞ୍ଚ କାର୍ଯ୍ୟ ଅସଂପୂର୍ଣ୍ଣ ରହିଲା,ଆସନ୍ତାକାଲି ପୁଣି ଜାରି ରହିବ। ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ବନାଥ ରଥ ପ୍ରତିକ୍ରିୟା ଦେଇ କହିଛନ୍ତି। ଆଜି ୩ ଘଣ୍ଟା ୫୦ ମିନିଟ୍ ସର୍ଭେ କାମ ହୋଇଛି ନିର୍ଦ୍ଧାରିତ ୩ ଦିନରେ କାମ ଶେଷ ହେବ ବୋଲି ଆଶା ରହିଛି।
ସୂଚନା ଯୋଗ୍ୟ ମହାପ୍ରଭୁଙ୍କ ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ। ଆଜି ପ୍ରଥମ ଦିନରେ ଏଏସ୍ଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅପରାହ୍ଣ ୨ଟାରେ ପ୍ରବେଶ କରିଥିଲେ। ପ୍ରାୟ ଦୀର୍ଘ ୪ ଘଣ୍ଟା ପରେ ଏହି ଟିମ୍ ରତ୍ନଭଣ୍ଡାରରୁ ବାହାରିଥିଲେ। ଗୁପ୍ତ ରତ୍ନଭଣ୍ଡାର ଓ ଗୁପ୍ତ ସୁଡ଼ଙ୍ଗ ନେଇ ଯାଞ୍ଚ ଜାରି ରହିଛି। ଆଜିର ଯାଞ୍ଚ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆସନ୍ତାକାଲି ପୁଣି ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।