ଖବର ଓଡିଶା: ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ। ଚଢ଼ଉ ବେଳେ ବିପୁଳ ପରିମାଣର ଟଙ୍କା ସୁନା ଓ ଫ୍ଲାଟ ଭିଜିଲାନ୍ସ ଠାବ କରିଛି ।
ସୂଚନା ଅନୁଯାୟୀ ଶୁକ୍ରବାର କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ମୁଖ୍ୟଯନ୍ତ୍ରୀଙ୍କ ବ୍ରହ୍ମପୁର ପୈତୃକ ଘର, ଭୁବନେଶ୍ୱର, ଫୁଲବାଣୀ, କେଉଁଝର ଏବଂ ବାଲେଶ୍ୱର ସମେତ ୧୧ଟି ଜାଗାରେ ଏକା ବେଳେ ଚଢଉ କରାଯାଇଥିଲା। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଥିଲେ। ଚଢ଼ଉ ବେଳେ ୩.୪୩ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ , ୫୧୦ ଗ୍ରାମ୍ ସୁନା, ୨ଟି କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଆଜି ଏନ ଭି ହରିହର ରାଓଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି ।