କେନ୍ଦୁଝର: ଲାଇଫ୍ ସେଭର୍ସ ଗୃପ୍ ଟ୍ରଷ୍ଟର ୩ୟ ବାର୍ଷିକୀ ଉତ୍ସବରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏପରିକି ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ଜିଲ୍ଲା ଦେଇଛି ଅଧିକ ହେଲେ ପାଇଛି କମ୍। ଜିଲ୍ଲାରେ ଅନେକ ଲୋକ ଅଛନ୍ତି ହେଲେ ଦୁଇ ଓଳି ଖାଇବା ପାଇଁ ସେମାନେ ଖୁବ ସଂଘର୍ଷ କରୁଛନ୍ତି। ଯାହାଫଳରେ ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ଜଳସେଚନର ସୁବିଧା ମଧ୍ୟ ନାହିଁ। ହେଲେ ଏସବୁ ସମସ୍ୟା ଏବେ ଦୂର ହେବ। ଜିଲ୍ଲାର ବିକାଶ ପାଇଁ ସମୀକ୍ଷା କରାଯାଉଛି। କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେଲେ ଲୋକଙ୍କର ଲାଭ ଅଧିକ ହେବ। ତେଣୁ ଏ କ୍ଷେତ୍ରରେଗୁରୁତ୍ୱ ଦିଆଯାଇ ଏହି ସ୍ଥାନ ପାଇଁ ଖୁବ ଶୀଘ୍ର ଉନ୍ନତି ମୂଳକ କାର୍ଯ୍ୟ କରାଯିବ।