ନବରଙ୍ଗପୁର ସ୍ଥାନୀୟ ନୂତନ ମଣ୍ଡେଇ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିକାଶ ମେଳାକୁ ଉଦ୍ଘାଟନ କରିଥିଲେ। ଏହି ବିକାଶ ମେଳା ଉଦ୍ଘାଟନ ଉତ୍ସବରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଗୌରୀ ଶଙ୍କର ମାଝୀ ଓ ଶ୍ରୀ ନରସିଂହ ଭତ୍ରା ଯୋଗ ଦେଇଥିଲେ। ମଞ୍ଚରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ ପରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ରାଜ୍ୟ ସଂଗୀତ" ବନ୍ଦେ ଉତ୍କଳ ଜନନୀ "ଗାନ କରାଯାଇଥିଲା। ଜିଲ୍ଲାପାଳ ଡ଼ା ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରିବା ସହ ଜିଳ୍ଲାର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରି ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ସମ୍ୟକ୍ ଧାରଣା ଦେଇଥିଲେ।
ସମ୍ମାନୀତ ଅତିଥି ଶ୍ରୀ ଗୌରୀ ଶଙ୍କର ମାଝୀ ଏବଂ ଶ୍ରୀ ନରସିଂହ ଭତ୍ରା ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବିକାଶ ମେଳାରେ ସମସ୍ତଙ୍କ ସଂପୃକ୍ତିକୁ ଉତ୍ସାହିତ କରି ସୁଭଦ୍ରା ଯୋଜନା,ଭାରତମାଳା ପ୍ରକଳ୍ପ, ସି ଏମ କିସାନ ,ସମୃଦ୍ଧ କୃଷକ ଯୋଜନା ଉପରେ କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଏକ ଐତିହାସିକ ପଦକ୍ଷେପ ରୂପେ ବର୍ଣ୍ଣିତ କରି ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସବିଶେଷ ତଥ୍ୟ ଉପସ୍ଥାପନ କରି ଜିଲ୍ଲାର ବିକାଶରେ ସ୍ଵାଗତ କରିବା ପାଇଁ ଆହ୍ବାନ କରିଥିଲେ।