ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ଫରେଷ୍ଟ ନର୍ସରୀ ଠାରେ ବିଶ୍ୱ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ବୌଦ୍ଧ ଶାଖା ତରଫରୁ ଛଅ ଦିନିଆ ଆନନ୍ଦ ଅନୁଭୂତି ଶିବିର ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ରଞ୍ଜନ କୁମାର ସାହୁ, ଡକ୍ଟର ମମତା ମିଶ୍ର, ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଆଖ ପାଖ ଗ୍ରାମର ଅନେକ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିଥିଲେ। ଏହି ଶିବିରରେ ଯୋଗ, ପ୍ରାଣାୟମ, ଆସନ ସହିତ ସୁଦର୍ଶନ କ୍ରିୟା ଶିକ୍ଷା ଦ୍ୱାରା ମଣିଷ ଜୀବନରେ ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ମନରେ ଏକାଗ୍ରତା, ଦୃଢ଼ ଆତ୍ମବିଶ୍ୱାସ, ପାରିବାରିକ ସୁସମ୍ପର୍କରେ ଉନ୍ନତି, ଆଧ୍ୟାତ୍ମିକତାର ବିକାଶ, ଚିନ୍ତାମୁକ୍ତ ଏବଂ ଆନନ୍ଦମୟ ଜୀବନ ବଞ୍ଚିବାର କଳା ଶିଖାଇବା ସହିତ ସାଧାରଣ ମଣିଷ ଜୀବନରେ ଏକ ରୋଗମୁକ୍ତ ଶରୀର ଓ ଚିନ୍ତାମୁକ୍ତ ମନ, ମାନସିକ ଦୁଶ୍ଚିନ୍ତା ଓ ବିଷଦରୁ ମୁକ୍ତି, ମାନସିକ ଉଦବେଗ ଓ ଉତ୍କଣ୍ଠା ରୁ ମୁକ୍ତି, ଅବସାଦ, ଭୟ ଓ ଆଶଙ୍କରୁ ମୁକ୍ତି, ନକରାତ୍ମକ ଚିନ୍ତାରୁ ମୁକ୍ତି ଇତ୍ୟାଦି ଲାଭ ହେବ ବୋଲି ଯୋଗ ଶିକ୍ଷକ ଗଣ କହିଥିଲେ।