ବଲାଙ୍ଗୀର : ପାରିଶ୍ରମିକ ଦେବାକୁ ଲାଞ୍ଚ ଦାବି। କାମ କରି ପାଉଣା ପାଉନାହାନ୍ତି ସ୍ଵୟଂ ସହାୟକ ମହିଳା। ନ୍ୟାୟ ପାଇଁ ବାରଦୁଆର ଦୌଡ଼ି ନୟାନ୍ତ। ତେବେ ଏଭଳି ଏକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣି ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମର ଦୁଇଜଣ ମହିଳା। ଦୀର୍ଘ ୧୭ ମାସ ହେଲା ସେମାନେ ଉକ୍ତ ବିଦ୍ୟାଳୟରେ ପିଅନ ଓ ରାତ୍ର ଜଗୁଆଳି ଭାବରେ କାମ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଇନାହିଁ। ଲାଞ୍ଚ ଦେଲେ ଦରମା ମିଳିବ ବୋଲି କହୁଥିବା ସେମାନେ ଅଭିଯୋଗ ଆଣିଛନ୍ତି।
ମହିଳାଙ୍କ କହିବା ଅନୁସାରେ ରାମୋଡ଼ ୟୁଜିଏଚଏସ ରେ ପିଅନ ଓ ରାତ୍ର ଜଗୁଆଳି ପଦବୀ ପାଇଁ ଉକ୍ତ ଗ୍ରାମର ଜୟ ମା ସରସ୍ଵତୀ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ଙ୍କୁ ନିଯୁକ୍ତି କରାଯାଇଥିଲା। ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସେମାନଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ । ସେମାନେ ୨୫ ହଜାର ଟଙ୍କା ଦେଇ କାମରେ ଯୋଗଦେଇଥିଲେ କିନ୍ତୁ ଦୀର୍ଘ ୧୭ ମାସ ହେଲା କାମ କରିବା ପରେ ବି ମହିଳାମାନେ ତାଙ୍କର ପାରିଶ୍ରମିକ ପାଇନାହାନ୍ତି। ଇତି ମଧ୍ୟରେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଛନ୍ତି। ମାତ୍ର ସ୍କୁଲରେ ଗଠନ କରାଯାଇଥିବା ମୋ ସ୍କୁଲ ଅଭିଯାନର ସଭାପତି ପୁଣି ସେମାନଙ୍କୁ ହଇରାଣ କରୁଥିବା ସେମାନେ ଅଭିଯୋଗ କରିଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ତାଙ୍କର ପାରିଶ୍ରମିକ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ।