ଭୁୁବନେଶ୍ୱର: ଆଉ ମନ ଇଛା ପାଉଁଶ ଡମ୍ପିଂ କରିପାରିବେନି କମ୍ପାନି। ମୋହନ ମାଝୀ ସରକାର ପ୍ରଦୂଷଣ ନିରୋଧ ନିୟମ ଆଣିବାକୁ ଯାଉଛନ୍ତି । ଏଥିପାଇଁ ରବିବାର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ କେତେ କମ୍ପାନି ଅଛି, କେତେ ପାଉଁଶ ନିର୍ଗତ ହେଉଛି ଏବଂ ତାର ସୁପରିଚାଳନା କିଭଳି ହେବ ବୈଠକରେ ଆଲୋଚନା ହୋଇଛି ।
ବୈଠଖରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ତଥା ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ୪ଟି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଭାବେ ପଂଚାୟତିରାଜ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ । ରାଜ୍ୟ ପ୍ରଦୂଷଣ ବିଭାଗର ଅଧିକାରୀ, ଜିଲ୍ଲାସ୍ତରର ରିଜିଓନାଲ ଅଫିସର ମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଡି ହୋଇଥିଲେ ।
ଜିଲ୍ଲାରେ କେତେ କମ୍ପାନି ଅଛି, କେତେ ପାଉଁଶ ନିର୍ଗତ ହେଉଛି ଏବଂ ତାର ସୁପରିଚାଳନା କିଭଳି ହେବ ବୈଠକରେ ଆଲୋଚନା ହୋଇଛି । ସମସ୍ତ ତଥ୍ୟ ପରେ ଆଇଆଇଏମ, ଭିସୁଟ ତଥା ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ପରିଚାଳନା ନେଇ ପରିତ୍ୟକ୍ତ ଖଣି ବ୍ୟବହାର ହେବ। ଏନେଇ ଏକ ମାସ ପରେ ଭୁବନେଶ୍ୱରରେ ବୈଠକ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଆସ୍ ଡମ୍ପିଂରେ ପ୍ରଦୂଷଣ ବିଭାଗ ଅଧିକାରୀଙ୍କର ଜିଲ୍ଲାପାଳ ଓ ଏସପିଙ୍କ ସହ ସମନ୍ବୟ ରହୁ ନାହିଁ । ତେଣୁ ଏଥରେ ସିସିଟିଭି ଲାଗିବା ସହ ଆସ ଗାଡି କୁଆଡେ ଯାଉଛି ତାର ତର୍ଜମା ହେବ। ଏପରିକି ସରକାର ପ୍ରଦୂଷଣ ନିରୋଧ ନିୟମ ଆଣିବାକୁ ଯାଉଥିବା କହିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।