ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ଣ ୪ଟାରେ ବୈଠକ ବସିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏହି ବୈଠକରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ ଉପରେ ମୋହର ବାଜିବା ନେଇ ଅନେକ ସମ୍ଭାବନା ରହିଛି। ଏପରିକି ନୂଆ ଶିକ୍ଷା ନୀତି ଲାଗୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଚଳିତ ଶିକ୍ଷାବର୍ଷରୁ ସ୍ନାତକ ସ୍ତରରେ ଜାତୀୟ ଶିକ୍ଷା ନୀତି ପ୍ରଚଳନ ହେବ। ତେବେ ଏହି ନୀତି ଅନୁଯାୟୀ ୪ ବର୍ଷିଆ କ୍ରେଡିଟ ବେସ ରେ ଅପାଠ୍ୟକ୍ରମ ପଢ଼ାଯିବ। ଏଥିରେ ଅନର୍ସ ରହିବା ସହିତ ୭ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀମାନେ ଡିଗ୍ରୀ କୋର୍ସକୁ ସଂପୂର୍ଣ୍ଣ କରିପାରିବେ। ବହୁମୁଖୀ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷା, ଦକ୍ଷତା ଭିତ୍ତିକ ଶିକ୍ଷା ପ୍ରତି ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।