ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନାର ଚିଲିକା କୂଳରେ ଏକ ବଡ଼ ଅଘଟଣ ଘଟିଛି । ଯମୁନା ଗାଁରେ ଥିବା ଚିଙ୍ଗୁଡ଼ି ଗୋଦାମରେ ଅଗ୍ନିକାଣ୍ଡ ଘଟି ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏହି ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନା ଅନୁସାରେ, ଯମୁନା ଗାଁରେ ଥିବା ଚିଙ୍ଗୁଡ଼ି ଗୋଦାମରେ ଛାଡ଼ଖାଇ ପାଇଁ ଗୋଦାମ ମାଲିକ ମାଛ ଓ ଚିଙ୍ଗୁଡ଼ି ରଖିଥିଲେ। ଆଜି ସକାଳୁ ସକାଳୁ ସେଠାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହି ଖବର ତୁରନ୍ତ ସ୍ଥାନୀୟ ଲୋକ ଦୋକାନ ମାଲିକଙ୍କ ସହ ଅଗ୍ନିଶମ ବାହିନୀକୁ ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ନିଆଁ ଆୟତ୍ତ କରିବା ପୂର୍ବରୁ ଗୋଦାମରେ ଥିବା ମାଛ ଚିଙ୍ଗୁଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।