ବଲାଙ୍ଗୀର: ଶିଶୁ ଦିବସ ଅବସରରେ ଏକ ଦୁଃଖଦ ଘଟଣା ଘଟିଛି । ଭାଷଣ ଦେଉଥିବା ସମୟରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଆରପାରିକୁ ଚାଲିଗଲେ ପ୍ରଧାନ ଶିକ୍ଷକ । ମୃତ ପ୍ରଧାନ ଶିକ୍ଷକ ହେଲେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲର ପର୍ଶୁରାମ ଦାସ । ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି ।
ଗୁରୁବାର ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲର ଶିଶୁ ଦିବସ ପାଳନ ହେଉଥିଲା । ଏହି ସମୟରେ ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସ ଭାଷଣ ଦେଉଥିଲେ । କିନ୍ତୁ ହଠାତ ସେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଶିକ୍ଷକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ତେବେ ପ୍ରଧାନ ଶିକ୍ଷକଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ପ୍ରଧାନଶିକ୍ଷକଙ୍କ ଏପରି ଅକାଳ ବିୟୋଗରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।