ଭୁବନେଶ୍ୱର: ଭବିଷ୍ୟତ ଗଠନ କରିବା ଦିଗରେ ବାପା ମାଆ ମାନେ ପିଲାଙ୍କୁ ସ୍ୱାଧୀନ ଭାବରେ ଚିନ୍ତା କରିବା ପାଇଁ ଛାଡ଼ି ଦିଅନ୍ତୁ। ଭବିଷ୍ୟତର ରାସ୍ତା ପ୍ରସସ୍ଥ ଅଛି ଆଗାମି ଭବିଷ୍ୟତକୁ ନେତୃତ୍ଵ ନେବାକୁ ପଡିବ। ଦେଶ ନିର୍ମାଣରେ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିଶୁ ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି -୨୦୨୪'ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶିଶୁ ମହୋତ୍ସବ ରାଜ୍ୟର ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି ନୂଆ ସରକାରଙ୍କ ଯୋଗୁଁ ଜାତୀୟ ଶିକ୍ଷାନୀତି ଚଳିତ ବର୍ଷଠୁ ଲାଗୁ ହେବ । ଯାହା ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ । ଆଜି ଦିବ୍ୟାଙ୍ଗମାନେ ପୁରସ୍କାର ଗ୍ରହଣ କଲେ । ସେମାନେ ଦିବ୍ୟାଙ୍ଗ ହିସାବରେ ନୁହେଁ ସଧାରଣ ଲୋକଙ୍କ ସହ ସମାନ ହୋଇ ପୁରସ୍କାର ଗ୍ରହଣ କରିଛନ୍ତି । ଆଜି ଦୁନିଆ କେବଳ ଡାକ୍ତର ଓ ଇଞ୍ଜିନିୟରଙ୍କ ଯୁଗ ନାହିଁ ଆଜି ଯେଉଁ ସମ୍ଭାବନା ସୃଷ୍ଟି ହୋଇଛି ତାହାର ପରିକଳ୍ପନା କରି ପାରିବେ ନାହିଁ ।
ଶିକ୍ଷା ବିଭାଗକୁ ଗୁରୁତର ସହ ନେଇ ସରକାର ରେକର୍ଡ ୫୩ ହଜାର ୫୩୬ କୋଟି ଟଙ୍କା ବଜେଟ ରଖିଛନ୍ତି । ଯାହା ଗତ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ । ଆମ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ଵ ଦେଉଛନ୍ତି । ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ଆଜି କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଗଲା । ୨୦୧୯ରେ ଏଭଳି ଆଦର୍ଶ ବିଦ୍ୟାଳୟ ପାଇଁ ବିରୋଧୀ ଦଳ ପକ୍ଷରୁ ଦାବି ଜଣାଇଥିଲେ ସୁଦ୍ଧା ଏହାକୁ ପୂର୍ବ ସରକାର କରିନଥିଲେ । ଏହି ପରିକଳ୍ପନାକୁ ବିଭାଗ କାର୍ଯ୍ୟ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ଟି ସ୍କୁଲ ନାଁରେ ରୂପାନ୍ତିକରଣ କାର୍ଯ୍ୟ ସମସ୍ତେ ଦେଖିଛନ୍ତି । ୫ଟି ନାଁରେ ଆମ ଭବିଷ୍ୟତମାନଙ୍କୁ ବିପଦକୁ ଠେଲି ଦେବା ପାଇଁ ଯୋଜନା କରାଯାଇଥିଲା। ଗୋଟିଏ ଗୋଟିଏ ବିଦ୍ୟାଳୟ ପାଇଁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରକାର କରିବେ । ଅଭିଭାବକ ମାନେ ଆଉ ଘରୋଇ ସ୍କୁଲ ଆଡ଼କୁ ମନ ବଳେଇବେ ନାହିଁ । ସରକାରୀ ସ୍କୁଲରେ ଏ ଆବଶ୍ୟକତା ପୂରଣ କରାଯାଇ ପାରିବ। ୧୦୦ ବର୍ଷ ପୂରଣ କରିଥିବା ଐତିହ୍ୟ ବିଦ୍ୟାଳୟ ଗୁଡ଼ିକର ପୁନରୁଦ୍ଧାର କରି ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିରେ ପୂନର୍ଜୀବିତ କରିବା ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରାଯାଉଛି। ତାହା ମଧ୍ୟ ଆଜି ଠାରୁ କାର୍ଯ୍ୟ ଆରମ୍ଭ କରାଯାଉଛି। ପାଖାପାଖି ୫୧ ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ।
ଆଦିବାସୀ ଇଲାକାରେ ଡ୍ରପଆଉଟ୍ ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ଆମ ସରକାର ନିଷ୍ପତି ନେଇଛନ୍ତି କିଭଳି ଡ୍ରପଆଉ ଛାତ୍ର ଛାତ୍ରୀଙ୍କ ସଂଖ୍ୟା କମିବ ଏଥି ପାଇଁ ଆମ ସରକାର ମାଧ ସିଂ ଛାତ୍ର ବୃତି ଯୋଜନାକୁ ଆରମ୍ଭ କରିଛନ୍ତି । ପିଲାଙ୍କୁ ଆସିବା ପାଇଁ ଛାତ୍ର ବୃତ୍ତି ଦେବା ଶହ ତାଙ୍କ ପରିବାର ଲୋକଙ୍କୁ ସଚେତନ କରାଯିବ । ସରକାର ପରିବର୍ତ୍ତନ ହେବା ପରେ ରାଜ୍ୟରେ ପିଏମ ଶ୍ରୀ ସ୍କୁଲ ଲାଗୁ ହେବ। ପିଏମ ପୋଷଣ ଯୋଜନାର ଯୋଜନା ଆଜି ସରକାର ଲାଗୁ କରିଛନ୍ତି । ରାଜ୍ୟର ୫୦ ହଜାର ଉର୍ଦ୍ଧ୍ୱ ସ୍କୁଲରେ ହାରାହାରି ୪୩ ଲକ୍ଷ୍ୟ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଉପକୃତ ହେଉଛନ୍ତି । ମଧ୍ୟାହ୍ନ ଭୋଜନରେ ରେଟ୍ ପୂର୍ବ ଅପେକ୍ଷା ଆହୁରି ୧ ଟଙ୍କା ବୃଦ୍ଧି କରାଯାଉଛି। ମାନବ ସମ୍ବଳ ତିଆରି କରିପାରିଲେ ହିଁ ଦେଶ ଆଗକୁ ଯିବ । ୨୦୪୭ ମସିହାରେ ବିକଶିତ ଭାରତ ପ୍ରତିଷ୍ଠା ହେବ। ଏଥିପାଇଁ ସରକାରଙ୍କ ସହ ଆମକୁ ବି କାର୍ୟ୍ୟ କରିବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀ ହିସାବରେ ମୁଁ ବି ଦିନେ ସ୍ଵପ୍ନ ଦେଖିଥିଲି ଆଉ ଆଶା ରଖିଥିଲି । ଆଉ ଯେଉଁ କାର୍ଯ୍ୟ କରିଥିଲି ତାହା ଆଜି ଆପଣଙ୍କ ନିକଟରେ ମୋତେ ଛିଡ଼ା କରିଛି । ଦୂର୍ବଳ ଭିତ୍ତି ଭୂମିରେ ପୂର୍ବରୁ ୫ଟିର ପରିକଳ୍ପନା କରାଯାଇଥିଲା । କିନ୍ତୁ ଆଗାକୁ ଏହାକୁ ସଜାଡିବାକୁ ପଡ଼ିବ ଆଉ ଦେଶର ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ।