ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୨୦୨୫, ଫେବୃଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ । ସକାଳ ୯ଟାରୁ ପୂର୍ବାହ୍ନ ୧୧ ଘଣ୍ଟା ୩୦ ମିନିଟ୍ ଯାଏ ପରୀକ୍ଷା ଚାଲିବ । କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ । ସେଥିପାଇଁ ଗଣିତ ପରୀକ୍ଷା ୧୧ ଘଟିକା ୪୫ ମିନିଟରେ ଶେଷ ହେବ । ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ସମାନ ସୂଚୀ ରହିଛି ।
ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା କାର୍ୟ୍ୟସୂଚୀ ଅନୁଯାୟୀ, ଫେବୃୟାରୀ ୨୧ରେ ପ୍ରଥମ ଭାଷା ତଥା ସାହିତ୍ୟ ୨୪ରେ ଦ୍ୱିତୀୟ ଭାଷା ତଥା ଇଂରାଜୀ ଓ ୨୭ ତାରିଖରେ ଗଣିତ ପରୀକ୍ଷା କରାଯିବ । ସେହିପରି ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୬ ତାରିଖରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା କରାଯିବ ।
ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ରହିବ । ଅବଜେକ୍ଟିଭ୍ ଓଏମ୍ଆର୍ ସିଟରେ ସବଜେକ୍ଟିଭ୍ ଉତ୍ତର ଖାତାକୁ ସଲଗ୍ନ କରି ଦେବାକୁ ପଡ଼ିବ ।
ଅନ୍ୟପକ୍ଷରେ ଫେବୃୟାରୀ ୨୫ ତାରିଖରେ ଟିଏଲଭି ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୬ ରେ ଭୋକେସନାଲ ଟ୍ରେଡ୍ ଥିଓରି ପରୀକ୍ଷା ହେବ । ସକାଳ ୯ଟାରୁ ୧୧ ଯାଏ ଏହି ପରୀକ୍ଷା ଚାଲିବ ।
୨୧-୦୨-୨୫- ପ୍ରଥମ ଭାଷା (ସାହିତ୍ୟ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ )
୨୪-୦୨-୨୫- ଦ୍ଵିତୀୟ ଭାଷା (ଇଂରାଜୀ, ହିନ୍ଦୀ)
୨୫-୦୨-୨୫- TLV ପ୍ରାକ୍ଟିକାଲ
୨୭-୦୨-୨୫- ଗଣିତ
୦୧-୦୩-୨୫- ବିଜ୍ଞାନ
୦୩-୦୩-୨୫- ସାମାଜିକ ବିଜ୍ଞାନ
୦୬-୦୩-୨୫- ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପାର୍ଶି)