ଭଦ୍ରକ: ବାରମ୍ବାର ଭିଜିଲାନ୍ସର ଚଢ଼ାଉ ଏବଂ ଗିରଫଦାରୀ ପରେ ମଧ୍ୟ ଚେତୁ ନାହାଁନ୍ତି ସରକାରୀ ଅଧିକାରୀ । ଆଜି ପୁଣି ଜଣେ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବାବେଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନସ୍ଥ ଗାଦିର ରାଜସ୍ୱ ନିରୀକ୍ଷକ (ଆରଆଇ) ଭାଗବତ ଖଟୁଆ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୫,୦୦୦ ଲାଞ୍ଚ ନେଇଥିବା ଟଙ୍କା ଜବତ କରାଯାଇଛି ।
ଜଣେ ବ୍ୟକ୍ତିଙ୍କର ଚାଷ ଜମିକୁ ବାସଭୂମିରେ ଜମିରେ ପରିଣତ କରିବାକୁ ତାଙ୍କ ପକ୍ଷରେ କ୍ଷେତ୍ର ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ନିରୀକ୍ଷକ ଭାଗବତ ଖଟୁଆଙ୍କୁ କହିଥିଲେ । ମାତ୍ର ଆରଆଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ଏ ନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଆଜି ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଆରଆଇଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ୫,୦୦୦ ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି । ଭିଜିଲାନ୍ସ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।