ମଥୁରା: ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟକୁ ବୋମା ଧମକ ମିଳିଛି। ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଧମକ ଦିଆଯାଇଛି। ଶ୍ରୀକୃଷ୍ଣ ଜନ୍ମଭୂମି ବନାମ ସାହି ମସଜିଦ ଇଦଗାହ ମାମଲାର ମୁଖ୍ୟ ପକ୍ଷକାରୀ ଆଶୁତୋଷ ପାଣ୍ଡେଙ୍କୁ ଏହି ଧମକ ଦିଆଯାଇଛି। ଏନେଇ ସେ ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି।
ଶ୍ରୀକୃଷ୍ଣ ଜନ୍ମଭୂମି ବନାମ ଶାହି ମସଜିଦ ଇଦ୍ଗାହ ମାମଲାର ଶୁଣାଣିକାରୀ ଆଶୁତୋଷ ପାଣ୍ଡେଙ୍କୁ ନଭେମ୍ବର ୧୯ତାରିଖରେ ଆହ୍ଲାବାଦ ହାଇକୋର୍ଟରେ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନର +୯୨ ୩୦୨ ୯୮୫୪୨୩୧ରୁ ୯୯୫୬୦୦୦୦୦୬କୁ କଲ ଆସିଥିଲା। ଆହ୍ଲାବାଦ ହାଇକୋର୍ଟଙ୍କୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା। ଏଥିସହ ଏହି ନମ୍ବରରୁ ପୀଡ଼ିତଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ବିଗତ କିଛି ମାସ ହେଲା ଧମକ ଖବର ଆସୁଛି। ଏହିକ୍ରମରେ ଦେଶର ବିମାନବନ୍ଦର, ବିମାନ ଓ ବିମାନଯାତ୍ରୀ ମଧ୍ୟ ଭୟଭୀତ ହୋଇଛନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁର ଏୟାରପୋର୍ଟରୁ ଆସିଛି ଧମକ ଖବର। ନାଗପୁରରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଏହାପରେ ବିମାନକୁ ତୁରନ୍ତ ରାୟପୁର ବିମାନ ବନ୍ଦରରେ ଜରୁରୀ କାଳୀନ ଅବତରଣ କରାଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ଏବଂ ବିମାନକୁ ତୁରନ୍ତ ବାହାର କରାଯାଇଥିଲା।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍କୁ ଡକାଯାଇଛି। ବିମାନର ଯାଞ୍ଚ କରାଯାଉଛି। ସୂଚନା ପାଇବା ପରେ ସୁରକ୍ଷା ଏଜେନ୍ସିର ଅଧିକାରୀ ଓ କର୍ମଚାରୀମାନେ ବିମାନର ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ରାୟପୁର ବିମାନବନ୍ଦରରେ ବିମାନ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଛି। ସେହିପରି ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଅଧିକ ପଢ଼ନ୍ତୁ: ମା' କ୍ଷୀର ବ୍ୟବସାୟ ସହ ଜଡ଼ିତ ସମସ୍ତ ଲାଇସେନ୍ସ ରଦ୍ଦ ହେବ