ନୂଆଦିଲ୍ଲୀ: ଦେଶର ଏକାଧିକ ସ୍ଥାନରେ ବୁଧବାରଠାରୁ ହଠାତ୍ ଉତ୍ତର ଭାରତ ପାଗ ବଦଳାଇ କୁହୁଡ଼ି ସହ ଥଣ୍ଡା ଅନୁଭବ କରିବା ଆରମ୍ଭ କରିଛି। ରାଜସ୍ଥାନରେ ମଧ୍ୟ ଚଳିତ ବର୍ଷର ଶୀତ ଆରମ୍ଭ ହୋଇଯାଇଛି। ଉତ୍ତରରେ ଜମ୍ମୁ-କଶ୍ମୀରର ପର୍ବତଉପରେ ପଶ୍ଚିମ ବିକ୍ଷୋଭର ପ୍ରଭାବ ଦେଖିବାକୁ ମିଳିଛି। ପର୍ବତ ଉପରେ ତୁଷାରପାତର ପ୍ରଭାବ ସମତଳ ଅଞ୍ଚଳରେ ଦେଖିବାକୁ ମିଳୁଛି। ଆଗାମୀ କିଛି ଦିନ ପରେ ଦିନରେ ମଧ୍ୟ ଥଣ୍ଡା ଲୋକଙ୍କୁ ଆତଙ୍କିତ କରିବ। ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଶୀତ ବଢ଼ିଥିବା ବେଳେ ଆଗାମୀ ଦିନରେ ଥଣ୍ଡା ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହା ପରେ ବି ପ୍ରବଳ ଥଣ୍ଡା ପଡ଼ିବ ନାହିଁ। ପର୍ବତରେ ପ୍ରବଳ ତୁଷାରପାତ ହେଲେ ଥଣ୍ଡାର ଗଭୀର ପ୍ରଭାବ ପଡ଼ିବ। ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ ଦୁଇ ଦିନ ପରେ ଯେତେବେଳେ ଉତ୍ତର-ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେବ, ଉତ୍ତର ସମତଳ ଅଞ୍ଚଳର ତାପମାତ୍ରା ମଧ୍ୟ ଧୀରେ ଧୀରେ କମିବା ଆରମ୍ଭ କରିବ।
ଦିଲ୍ଲୀ ସମେତ ଉତ୍ତର ଭାରତର ଏକ ବିଶାଳ ଅଞ୍ଚଳ ହଠାତ୍ ଗଭୀର ଧୂଆଁ ଘେରି ଯାଇଛି। ଲୋକମାନେ ପ୍ରଥମେ ଏହା କୁହୁଡ଼ି ବୋଲି ଭାବୁଥିଲେ, କିନ୍ତୁ ବାସ୍ତବରେ ଏହା କୁହୁଡ଼ି ନୁହେଁ, ବରଂ ଧୂଆଁ ସହିତ ପ୍ରଦୂଷଣର ମିଶ୍ରଣ। ଗୁଜରାଟ ଓ ରାଜସ୍ଥାନରୁ ଆସୁଥିବା ପବନ ଯୋଗୁଁ ଏବେ ଦିଲ୍ଲୀରେ ଯେଉଁ ଧୂଆଁ ଲାଗିରହିଛି। ବୁଧବାର ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ପ୍ରଥମ ଥର ପାଇଁ ଗୁରୁତର ବର୍ଗକୁ ଖସି ଆସିଛି, ଯାହା କି ୪୧୮ ଥିଲା। ସେହିପରି ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୯୯୯ରେ ପହଞ୍ଚିଛି। ଫଳରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଙ୍କ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି। ଲୋକଙ୍କ ଆଖିରେ ଜଳାପୋଡ଼ା ହେବା ସହ ନିଶ୍ୱାସ ନେବାରେ ଅସୁବିଧା ହେଉଛି।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିମାନ ମଙ୍ଗଳବାର ଲୁଧିଆନାରେ ଅବତରଣ କରିପାରିନଥିବା ବେଳେ ବୁଧବାର ସ୍ଥିତିରେ ସୁଧାର ଆସିନଥିଲା। ଅପରପକ୍ଷେ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଅତ୍ୟଧିକ ଧୂଆଁ ଯୋଗୁଁ ରାଜ୍ୟ ଗ୍ୟାସ୍ ଚେମ୍ବରରେ ପରିଣତ ହୋଇଛି। ରାଜ୍ୟର ଅଧିକାଂଶ ସହରରେ ଘନ ଧୂଆଁ ରହୁଛି। ଫଳରେ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଥାଏ।
ବୁଧବାର ଲୁଧିଆନାରେ ଏକ୍ୟୁଆଇ ୫୦୦ରେ ପହଞ୍ଚିଛି। ରାଜ୍ୟରେ ୫୦୯ଟି ନୂଆ ଫସଲ ପୋଡ଼ିବା ଘଟଣା ସାମ୍ନାକୁ ଆସିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୭୬୨୧ ଟି ଫସଲ ପୋଡ଼ିବା ଘଟଣା ସାମ୍ନାକୁ ଆସିଛି । ଅମୃତସର ବିମାନ ବନ୍ଦରରେ ଧୂଆଁ ଯୋଗୁଁ କିଛି ବିମାନ ବିଳମ୍ବରେ ପହଞ୍ଚିଥିବା ବେଳେ କିଛି ବାତିଲ ହୋଇଛି।
ଅଧିକ ପଢ଼ନ୍ତୁ: ମନେ ପଡ଼ନ୍ତି ନେହେରୁ; ଶିଶୁ ହସିଲେ ଦେଶ ହସିବ