ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ବୁଧବାର ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହାପରେ କାରରେ ପ୍ରବଳ ବିସ୍ଫୋରଣ ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ପରିବାରର ଲୋକେ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍ସ ଗର୍ଭବତୀ ମହିଳା ଏବଂ ତାଙ୍କ ପରିବାରକୁ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜଳଗାଓଁ ଡାକ୍ତରଖାନାକୁ ନେଉଥିଲା।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଘରର ଝରକାକୁ ପ୍ରଭାବି କରିଥିଲା। କାଚଗୁଡ଼ିକ ଭାଙ୍ଗି ଯାଇଥିଲା। ମିଳିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦାଦାବାଡ଼ି ନିକଟଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।
ଆମ୍ବୁଲାନ୍ସ ଚାଳକ ଗାଡ଼ିର ଇଞ୍ଜିନରୁ ଧୂଆଁ ବାହାରୁଥିବା ଜାଣିବା ମାତ୍ରେ ସେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ସେ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ ଏବଂ ଲୋକଙ୍କୁ କାର୍ରୁ ଦୂରେଇ ଯିବାକୁ କହିଥିଲେ। ଏହାପରେ ପୂରା କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଅକ୍ସିଜେନ୍ ଟାଙ୍କିକୁ ବ୍ୟାପି ବିସ୍ଫୋରଣ ହୋଇଥିଲା।
ଅଧିକ ପଢ଼ନ୍ତୁ: ଜି-୨୦ ବ୍ରାଜିଲ ଘୋଷଣାନାମା ଉପରେ ସହଯୋଗ କରିବ ଭାରତ