ବୌଦ୍ଧ : ବୌଦ୍ଧ ସହର ବୁତୁପାଲି ସ୍ଥିତ ରାଧାମାଧବ ସେବାଶ୍ରମ ଠାରେ ଆଦିତ୍ୟ ବାହିନୀ ଓଡ଼ିଶା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୁଟୁପାଲି ରାଧାମାଧବ ସେବାଶ୍ରମ ର ସଂଯୋଜକ ଶ୍ରୀ ଆଦିତ୍ୟ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀର ଅଧ୍ୟକ୍ଷ ଶ୍ରୀ ମାତୃ ପ୍ରସାଦ ମିଶ୍ର, କାର୍ଯ୍ୟକର୍ତ୍ତା ମଳୟ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ଇସ୍କନ୍ ର ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଏହା ସ୍ଵୟଂ ପ୍ରଭୁ ଜଗନ୍ନାଥ୍ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଉପହାସ ବୋଲି କହିବା ସହିତ ତୁରନ୍ତ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ। ରଥର ନାମ ନନ୍ଦିଘୋଷ ରଖିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ।
ଗୋ ଚାଲାଣ ଓ ଗୋ ବଧ ଉପରେ ମଧ୍ୟ ଶ୍ରୀ ମିଶ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ପ୍ରତ୍ୟେକ ଜିଳ୍ଲାର ପୋଲିସ ତଥା ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ। ସମସ୍ତ ସନାତନ ଧର୍ମାବଲମ୍ବୀ ଖୁବ୍ ଶୀଘ୍ର ଏକଜୁଟ ହେବା ସହ ହିନ୍ଦୁ ରାଷ୍ଟ୍ର ଗଠନ କରିବା ସହିତ ଏଗୁଡ଼ିକ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ଅନୁରୋଧ କରିଥିଲେ। ବିଭିନ୍ନ ମାଳିକା ସମ୍ବନ୍ଧରେ ନିଜର ମତ ରଖିବା ସହ ଜଗତର ନାଥ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଙ୍କ ପଶ୍ଚିମ ଓଡ଼ିଶାର ଦୁଇ ଜିଲ୍ଲା ବୌଦ୍ଧ ଓ ସୁବର୍ଣ୍ଣପୁର ମଧ୍ୟରୁ କେଉଁଠାରେ କିମ୍ୱା ଦୁଇଟି ଯାକ ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ଠାରେ ଭଗବାନ ପାତାଳି ହୋଇଥିଲେ ସେହି ବିଷୟରେ ଗୋବର୍ଦ୍ଧନ ପୀଠର ମତାମତ ସଂପର୍କରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମିଶ୍ର ଏହା ଉପରେ ଅଧିକ ଗବେଷଣା କରାଯିବା ଆବଶ୍ୟକ ବୋଲି କହିଥିଲେ।