ବଲାଙ୍ଗୀର : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନାଁ ନେଇ ବେକାର ଯୁବକ ଯୁବତୀଙ୍କୁ ଚାକିରୀ କରାଇଦେବା ନାଁରେ ଟଙ୍କା ନେଉଥିବା ଅଭିଯୋଗରେ ପାଟଣାଗଡ଼ ଥାନା ବିଲେଇସାଥି ଗାଁର ବୁଦ୍ଧଦେବ ସାହୁ ଓ ସାଲେପାଲି ଗାଁର ସୁଶୀଲ କୁମାର ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣାଗଡ଼ ପୋଲିସ। ବୁଦ୍ଧଦେବ ସାହୁ ଓ ସୁଶୀଲ କୁମାର ରାଓ ଉପମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୋଲି କହି ଚାକିରୀ କରାଇଦେବା ନାଁରେ ତିନିଜଣଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ଅଭିଯୋଗକୁ ଆଧାର କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଦୁଇଜଣ ଅଭିଯୁକ୍ତ ଏହି ମାମଲାରେ ଜଡିତ ଥିବା ଜାଣିବାକୁ ପାଇଥିଲା। ଏହାପରେ ତୁରନ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀ।