କେନ୍ଦୁଝର ସଦର ବ୍ଲକର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାୟକଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ। ଏନେଇ ୨୭ ଜଣ ସଦସ୍ୟ କେନ୍ଦୁଝର ଉପଜିଲାପାଳଙ୍କୁ ଭେଟି ଅନାସ୍ଥା ଆଗତ କରିଛନ୍ତି। କେନ୍ଦୁଝର ସଦର ପଞ୍ଚାୟତ ସମିତିରେ ରହିଛି ମୋଟ ୨୫ଟି ପଞ୍ଚାୟତ। ଏହି ସଦର ପଞ୍ଚାୟତ ସମିତିର ଅଧ୍ୟାକ୍ଷା ଅଛନ୍ତି ଜ୍ୟୋତିର୍ମୟୀ ନାୟକ। ତେବେ ଜ୍ୟେତିର୍ମୟୀ କାଉଁରିକଳା ପଞ୍ଚାୟତର ସମିତି ସଭ୍ୟା ଥିବା ବେଳେ ବିଜେଡ଼ିର ସମର୍ଥନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ତଳେ ବିଜେଡ଼ି ସମର୍ଥିତ ପ୍ରାୟ ୧୮ ଜଣ ସମିତି ସଭ୍ୟ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦୁଝର ସଦର ପଞ୍ଚାୟତ ସମିତିରେ ଥିବା ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାୟକଙ୍କ ବିରୋଧରେ ଆସିଛି ଅନାସ୍ଥା । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।