କେନ୍ଦ୍ରାପଡା : ପବିତ୍ର କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନରେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ, ପଞ୍ଚୁକର ଦ୍ୱିତୀୟ ଦିନ ତଥା ଏକାଦଶୀ ତିଥିରେ ପ୍ରଭୁ ବଳଦେବଜୀଉ "ପ୍ରଳମ୍ବାସୁର" ବଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଯେଉଁ ବେଶର ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ "ଶ୍ରୀକ୍ଷେତ୍ର" ଏବଂ "ତୁଳସୀକ୍ଷେତ୍ର" ମଧ୍ୟରେ ରହିଛି। ତେବେ ସତ୍ୱଲିପି ପ୍ରମାଣ ଅନୁଯାଇ ଶ୍ରୀକ୍ଷେତ୍ର ରୁ ଆସିଥିବା ପାଟ ବସ୍ତ୍ର କୁ ପରିଧାନ କରି ଶନିବାର ତୁଳସୀକ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ "ପ୍ରଳମ୍ବାସୁର" ବଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶ ଦେଖିବାକୁ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା।