ଭୁବନେଶ୍ୱର : ପୁଲିସ୍ କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା।ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟ୍ ହୋଇଛି। ଘରର ଝରକା ତାଡ଼ି ଘରେ ପଶି ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଯାଇଥିବା ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଲୁଟେରାମାନେ ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାରରେ ରହୁଥିବା ବଂଶୀଧର ଗଉଡଙ୍କ ଘରେ ପଶିଥିଲେ। ଆଲମାରି ଭାଙ୍ଗି ଘରୁ ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଇନଫୋସିଟି ଥାନାରେ ଗଣେଶ ଅଭିଯୋଗ କରିଛନ୍ତି । ଇନଫୋସିଟି ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
ବଂଶୀଧର କହିଛନ୍ତି ଯେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆମେ ସ୍ୱାମୀସ୍ତ୍ରୀ ଘରେ ଶୋଇଥିବା ସମୟରେ କିଛି ଲୁଟେରା ଝରକା ତାଡ଼ି ଘରେ ସୁନାଗହଣା ଲୁଟି ନେଇଥିଲେ। ଆଜି ସକାଳୁ ଘରର ଜିନଷ ପତ୍ର ଏଣେତେଣେ ପଡ଼ିଥିବାବେଳେ ଆଲମାରି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲୁ। ଏଥିସହ ଆଲମାରିରେ ଗହଣା ନଥିବା ଦେଖିଥିଲୁ। ଏହାପରେ ଏନେଇ ଆମେ ଥାନାରେ ଅଭିଯୋଗ କରିଥିଲୁ ।