ଭୁବନେଶ୍ୱର: ଲଭ୍ ଜିହାଦ ଘଟଣାରେ କମିଶନରେଟ୍ ପୋଲିସ ତତ୍ପରତା ପ୍ରକାଶ ପାଇଛି । ଜମ୍ମୁ-କାଶ୍ମୀର ପୋଲିସ ସହ ଯୋଗାଯୋଗ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ ସମୀର ମନସୁରରେ ସମସ୍ତ ରେକର୍ଡ ହିଷ୍ଟ୍ରି ମାଗିଛି ପୋଲିସ । କେଉଁ ଗ୍ରୁପ ସହ ସମୀରର ସଂପର୍କ ରହିଛି, ତାର ଖୋଳତାଡ ଚାଲିଛି । ଆତଙ୍କବାଦୀ ସଂଗଠନ ସହ ସଂପର୍କ ନେଇ ତଦନ୍ତ କରୁଛି ପୋଲିସ । ସମୀର ମନସୁରକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି ।
ଜଣେ ଓଡିଶା ଯୁବତୀଙ୍କୁ ପ୍ରେମରେ ଫସାଇ ଲଭ୍ ଜିହାଦର ଶିକାର କରିବାକୁ ଯୋଜନା କରିଥିବା ବିହାରି ମହମ୍ମଦ ମନସୁରକୁ କୋର୍ଟ ଚାଲାଣ ପରେ ଜେଲକୁ ପଠାଇ ଦିଆଯାଇଛି । ଦୁଷ୍କର୍ମ, ଛଦ୍ମ ପରିଚୟରେ ଠକାମି, ବ୍ଲାକମେଲିଂ, ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା, ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ଭାଇରାଲ ସାଙ୍ଗକୁ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଦଫା ଲଗାଇଛି । ୨୦୨୨ ମସିହାରୁ ଅଭିଯୋଗକାରିଣୀଙ୍କ ସହ ସଂପର୍କରେ ଥିବା ମନସୁର ଲଭ୍ ଜିହାଦ୍ ଲିଙ୍କ ସନ୍ଦେହକୁ କମିସନରେଟ୍ ପୋଲିସ ଗୁରୁତର ସହ ନେଇଛି ।
ତା ଠାରୁ ଜବତ ହୋଇଥିବା ୨ ମୋବାଇଲ ଫୋନକୁ ଫୋରେନସିକ ଲାବୋରେଟୋରି ପଠାଯାଇଛି । ଏଥିସହିତ ତାର ପୃଷ୍ଠଭୂମି ବାବଦରେ ଅଧିକ ଖୋଳତାଡ କରିବାକୁ କାଶ୍ମୀର ଓ ବିହାର ପୋଲିସ ସହ କମିସନରେଟ୍ ପୋଲିସ ଯୋଗାଯୋଗ କରିଛି । ଏହା ପରେ ତାକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହମ୍ମଦ ମନସୁର ଘର ବିହାର ଇଷ୍ଟ ଚମ୍ପାରଣ ଅଞ୍ଚଳରେ । ମାଟ୍ରିକ ପାସ୍ କରିବା ପରେ ସେ କାଶ୍ମୀର ଯାଇ ସେଠାରେ ଇଲେକ୍ଟ୍ରିକ ମେକାନିକ ଭାବେ କାମ କରୁଥିଲା ।