ଭୁବନେଶ୍ୱର: ନୂଆ ବର୍ଷରୁ ନୂଆ ରାସନ କାର୍ଡ ମିଳିବ । ଜାନୁଆରିରେ ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ ମିଳିବ । ସେଥିପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନୂଆ ରାସନ କାର୍ଡ ପାଇଁ ଗତ ଜୁଲାଇ ମାସରୁ ଇ-କେୱାଇସି ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହା ଚଳିତ ମାସରେ ଶେଷ ହେବ । ଏହି ଯାଞ୍ଚ ସମୟରେ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି , ସେମାନଙ୍କୁ ରାସନ କାର୍ଡରୁ ବାଦ କରାଯିବ ।
ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ବର୍ଷରୁ ନୂଆ ରାସନ କାର୍ଡରେ ସାମିଲ କରାଯିବ । ଇ-କେୱାଇସି ଯାଞ୍ଚ ପରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ବିଗତ ସରକାରରେ ରାସନ କାର୍ଡରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ବର୍ତ୍ତମାନ ନୂଆ ସରକାର ସମୟରେ ଯୋଗ୍ୟ ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡରେ ସାମିଲ କରାଯିବ ।