ଭୁବନେଶ୍ୱର : ଭରତପୁର ଥାନାରେ ସେନାର ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସବୁ ମଧ୍ୟରେ ଆସିଛି ବଡ଼ ଖବର। ଏହି ଘଟଣାକୁ ନେଇ ପୀଡିତା ଅଙ୍କିତା ପ୍ରଧାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁକ୍ରବାର aiims ରେ ଭେଟିଛନ୍ତି।
ଉପମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଝିଅକୁ ଭେଟି ପୁରା ଘଟଣା ବିଷୟରେ ଶୁଣିଛନ୍ତି ଏବଂ ଡିସିପି ଙ୍କ ସହ ଆଲୋଚନା କରି ଏହା ଉପରେ ହୋଇଥିବା ତଦନ୍ତ ବୁଝିଛନ୍ତି। ସରକାର ଡିଜିପି ୫ଜଣଙ୍କୁ ନିଲମ୍ବନ କରିଛନ୍ତି। ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି। ତେବେ ସରକାର ଘୋଷଣା କରିଛନ୍ତି zero talarance ଦୋଷୀ ଯିଏ କିଏବି ହେଉ ରିପୋର୍ଟ ତୁରନ୍ତ ବେଗରେ ଆସିବ ଏବଂ ଯିଏ କିଏବି ଦୋଷୀ ହେଉ ଦଣ୍ଡ ନିହାତି ପାଇବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।